ଓଡିଶା

ଉଦୟପୁର ହତ୍ୟା ଘଟଣାରେ ୩ ଦିନିଆ ବୈଠକର ଆୟୋଜନ କଲା ଆର୍‌ଏସ୍‌ଏସ୍‌

ଉଦୟପୁର: ଉଦୟପୁର ହତ୍ୟା ଘଟଣା ସଂପର୍କରେ ଆଲୋଚନା କରିବାକୁ ୩ ଦିନିଆ ବୈଠକର ଆୟୋଜନ କରିଛି। ଆର୍‌ଏସ୍‌ଏସ୍‌ ନେତା ଇନ୍ଦ୍ରେଶ କୁମାର ନିର୍ଦ୍ଦେଶରେ ଆର୍‌ଏସ୍‌ଏସ୍‌ ସହ ଜଡ଼ିତ ମୁସ୍‌ଲିମ୍‌ ରାଷ୍ଟ୍ରୀୟ ମଞ୍ଚ ଗତ ମଙ୍ଗଳବାର ବୀଭତ୍ସଭାବେ କଂସେଇ ଛୁରିରେ ମୁଣ୍ଡକାଟି ହତ୍ୟା କରାଯାଇଥିଲା । ଏଥିରେ ହିନ୍ଦୁ ଦରଜୀ କହ୍ନେୟା ଲାଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବ। ଆୟୋଜିତ ହେବାକୁ ଥିବା ବୈଠକରେ ସରସଙ୍ଘଚାଳକ ମୋହନ ଭଗତ, ସରକାର୍ଯ୍ୟବାହ ଦୈତ୍ରୟ ହୋସାବଲେ୍‌ ଏବଂ ଆର୍‌ଏସ୍‌ଏସ୍‌ର ୪୫ ଜୋନ୍‌ର ପ୍ରଚାରକମାନେ ଉପସ୍ଥିତ ରହିବେ।

ଏମାନଙ୍କ ବ୍ୟତୀତ ଭରତୀୟ ଜନତା ପାର୍ଟିର ସାଧାରଣ ସଂପକାଦକ ବିଏଲ୍‌ ସନ୍ତୋଷ, ଶିବପ୍ରକାଶ ଏବଂ ଭିଏଚ୍‌ପି ନେତାମାନେ ବି ଯୋଗଦାନ କରିବେ।ସୂଚନାନୁସାରେ , ନିଲମ୍ବିତା ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ସାମାଜିକ ଗଣମାଧ୍ୟମ ପୋଷ୍ଟ୍‌ରେ ସମର୍ଥନ ଜଣାଇଥିବା କାରଣରୁ ଧମକ ପାଇଥିବା ୪୮ ବର୍ଷିୟ ଦରଜୀ କହ୍ନୈୟା ଲାଲ୍‌ ଅଭିଯୋଗ କରିଥିଲେ।

ଗତ ମଙ୍ଗଳବାର ଅଭିଯୁକ୍ତ ମହମ୍ମଦ ରିଆଜ ଓ ଘୋଷେ ମହମ୍ମଦ ଏକ ବାଇକରେ ଆସି ଦୋକାନ ଆଗରେ ଗାଡ଼ି ରଖିଲେ। ସେମାନେ ଯେତେବେଳେ ଦୋକାନ ଭିତରେ ପ୍ରବେଶ କରି କହ୍ନେୟା ଲାଲଙ୍କୁ ସେମାନେ ପୋଷାକ ସିଲେଇ କରିବାକୁ ଆସିଥିବା କହିଥିଲେ। ପରେ ସେମାନେ କହ୍ନେୟା ଲାଲଙ୍କ ଉପରେ ଆକ୍ରମଣ କଲେ। ସେମାନେ କହ୍ନେୟା ଲାଲଙ୍କ ମୁଣ୍ଡକାଟି ତୁରନ୍ତ ସେଇ ବାଇକରେ ପଳେଇଲେ। ଦୋକାନ ଭିତରେ ଥିବା ସିସିଟିଭି କ୍ୟାମେରାରେ ସମସ୍ତ ବିଷୟ ରେକର୍ଡ ହୋଇଛି।

Related posts

ଗର୍ଭବତୀଙ୍କୁ ଖଟିଆରେ ୩୦ କିମି ବୋହିଲେ ଡାକ୍ତର

mahabharatanews

ଆଶ୍ରୀତ ପଟ୍ଟନାୟକଙ୍କ ପ୍ରଚାର ବେଳେ ହିଂସାକାଣ୍ଡ

mahabharatanews

ନଡିଆ ଗଛରୁ ପଡି ଯୁବକଙ୍କ ମୃତ୍ୟୁ

mahabharatanews