ବଢିଲା ବାଚସ୍ପତିଙ୍କ ଦରମା । ଏବଂ ଉପବାଚସ୍ପତିଙ୍କ ଦରମା ବୃଦ୍ଧି । ପୂର୍ବରୁ ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ ଥିବା ବେଳେ, ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇ ୯୮ ହଜାର ଟଙ୍କା କରାଯାଇଛି । ବୈଠକ ଭତ୍ତା ୮୦୦ ଟଙ୍କାରୁ ୨,୦୦୦ ଟଙ୍କାକୁ ବୃଦ୍ଧି । କାର ଭତ୍ତା ମାସିକ ୧୭ ହଜାର ବଦଳରେ ଏବେ ୮୯ ହଜାର ଦିଆଯିବ । ବ୍ୟକ୍ତିଗତ ବ୍ୟୟ ଭତ୍ତା ୪୦ ହଜାର ଟଙ୍କା ବଦଳରେ ୧ ଲକ୍ଷ ୮୧ ହଜାର ଟଙ୍କା ପାଇବେ । ସଗୃହ ଭତ୍ତା ମାସିକ ୧ ଶହ ଟଙ୍କା ବଦଳରେ ଦୈନିକ ୨୦୦୦ ଟଙ୍କା ପାଇବେ ।

ସେହିଭଳି ଉପବାଚସ୍ପତିଙ୍କ ଦରମା ମଧ୍ୟ ବଢାଯାଇଛି । ଉପବାଚସ୍ପତିଙ୍କ ମାସିକ ଦରମା ୩୮ ହଜାର ବଦଳରେ, ୯୪ ହଜାର କରାଯାଇଛି । ବୈଠକ ଭତ୍ତା ୮୦୦ ବଦଳରେ ୨୦୦୦ ପାଇବେ । କାର ଭତ୍ତା ୧୭ ହଜାର ବଦଳରେ ୮୫ ହଜାର ପାଇବେ । ବ୍ୟକ୍ତିଗତ ଭତ୍ତା ୪୦ ହଜାର ବଦଳରେ ୧ ଲକ୍ଷ ୭୭ ହଜାର ପାଇବେ। ବାସଗୃହ ଭତ୍ତା ବାବଦକୁ ପୂର୍ବରୁ କିଛି ଟଙ୍କା ମିଳୁ ନଥିବା ବେଳେ ଏଣିକି ଦୈନିକ ୨୦୦୦ ଟଙ୍କା ପାଇବେ ।
