ଓଡିଶା

ଚେନ୍ନାଇରୁ ଚାଲି ଚାଲି କୋରାପୁଟରେ ପହଞ୍ଚିଲେ ଯୁବକ

(ସୁନ୍ଦର ପାଣି/କୋରାପୁଟ): ଲକଡାଉନ ଯୋଗୁଁ ଚେନ୍ନାଇରେ ଫସି ରହିଥିବା କୋରାପୁଟ ଜିଲ୍ଲା ସୁନାବେଡାର ଦେବେନ୍ଦ୍ର ଦାସ ନାମକ ଯୁବକ ୧୫ଦିନ ମଧ୍ୟରେ ୮୦୦ଶହ କିମି ଚାଲି ଚାଲି ସୁନାବେଡା ରେ ପହଞ୍ଚିଛନ୍ତି। ପ୍ରଶାସନ ପକ୍ଷରୁ ଯୁବକକୁ ସୁନାବେଡା ସଙ୍ଗରୋଧ କକ୍ଷରେ ରଖାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ଯୁବକ ଦେବେନ୍ଦ୍ର ଚେନ୍ନାଇ ରେ ଏକ ଠିକାଦାର ପାଖରେ ଶ୍ରମିକ ଭାବେ କାର୍ୟ୍ୟ କରୁଥିଲା । କିନ୍ତୁ କରୋନାର ମୁକାବିଲା ପାଇଁ ସରକାର ସମଗ୍ର ଦେଶରେ ଗତ ମାର୍ଚ୍ଚ ମାସ ୨୫ ତାରିଖରୁ ଲକଡାଉନ ଘୋଷଣା କରିବା ପରେ ଠିକାଦାର ଖାଦ୍ୟ ନ ଯୋଗାଇବାରୁ ଦେବେନ୍ଦ୍ର ଭୋକ ଉପବାସ ରେ ଦିନ ବିତାଉଥିଲା। ଶେଷରେ ଦେବେନ୍ଦ୍ର ନିଶ୍ଚିତ କଲାଯେ ନିଜ ଘରକୁ ଫେରିବି। ଲାକଡାଉନ ଯୋଗୁ ଗାଡି ବନ୍ଦ ଥିବା ହେତୁ ଚଳିତ ମାସର ୧୦ ତାରିଖରେ ଚେନ୍ନାଇ ରୁ ଚାଲି ଚାଲି ଆସି ସୁନାବେଡା ରେ ପହଞ୍ଚିଛି।ଦେବେନ୍ଦ୍ର ଚେନ୍ନାଇ ରୁ ସୁନାବେଡା ରେ ପହଞ୍ଚିବା ଖବର ପ୍ରକାଶ ପାଇଲା ପରେ ସୁନାବେଡା ସ୍ୱାସ୍ଥ୍ୟ ବିଭାଗ ଯୁବକ ପାଖେ ପହଞ୍ଚି ଆଲୋଚନା ପରେ ରାଜ୍ୟ ସରକାର ନିର୍ଦ୍ଦେଶ ଅନୁଯାୟୀ ସଙ୍ଗରୋଧ କକ୍ଷରେ ରଖାଗଲା।

Related posts

ମାଆଙ୍କର ଅପୂର୍ବ ଲୀଳା ଦେଖିବାକୁ ଏକାଠି ଶହ ଶହ ଭକ୍ତ ।

mahabharatanews

ଅବହେଳିତ ଖଲିପତ୍ର କାରିଗର

mahabharatanews

ଓଡିଶାକୁ ବାତ୍ୟା ଆଶଙ୍କା ନାହିଁ: କେନ୍ଦ୍ର ପାଣିପାଗ ବିଭାଗ

mahabharatanews