ଦେଶ ବିଦେଶଵାଣିଜ୍ୟ

ସେୟାର ବଜାରରେ ଆଜି ଏକ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି

ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧ ଯୋଗୁଁ ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ଆଜି ପୁଣି ଖସିଛି ସୁନା-ରୁପା ଦର । ଲଗାତାର ଗୋଟିଏ ସପ୍ତାହ ମଧ୍ୟରେ ତଳମୁହାଁ ହୋଇଛି ସୁନାଦର । ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ୨ ହଜାର ୯୪୦ ଟଙ୍କା ଖସିଥିବାବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା କମିଛି ୨୭୦୦ ଟଙ୍କା । ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ଦର ରହିଛି ୧ ଲକ୍ଷ ୨୮ ହଜାର ୬୫୦ ଟଙ୍କା । ସେହିପରି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ୧ଲକ୍ଷ ୪୦ ହଜାର ୩୫୦ ଟଙ୍କା ରହିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ରେ ଡଲାର ମହଙ୍ଗା ହେବା କାରଣରୁ ନିବେଶକମାନେ ଏବେ ସୁନା ବଦଳରେ ଡଲାରରେ ନିବେଶ କରୁଛନ୍ତି।

What is Happening to Gold? | Báo Sài Gòn Đầu Tư Tài Chính

ଅନ୍ୟପଟେ ଇରାନ୍ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ୫ ଦିନିଆ ଯୁଦ୍ଧ ବିରତି ଘୋଷଣା ପରେ ଆଜି ପୁଣି ସେୟାର ବଜାରରେ ବଡ଼ ଉତ୍ସାହ ଦେଖାଦେଇଛି । ଉପରମୁହାଁ ହୋଇଛି ସେନସେକ୍ସ ଓ ନିଫ୍ଟି । ମୁମ୍ବାଇ ସୂଚକାଙ୍କ ସେନସେକ୍ସ ୧୫୦୦ ପଏଣ୍ଟ ବଢିଛି ।  ବଜାର ଖୋଲିବା ବେଳକୁ ୧୫୦୦ ପଏଣ୍ଟ ବୃଦ୍ଧି ସହ ସୂଚକାଙ୍କ ୭୪ ହଜାର ୨୧୨ରେ କାରବାର ଆରମ୍ଭ କରିଥିଲା । ଏହାଫଳରେ ପ୍ରାରମ୍ଭିକ କାରବାରରେ ନିବେଶକଙ୍କୁ ୫ ଲକ୍ଷ କୋଟି ଟଙ୍କା ଫାଇଦା ହୋଇଛି । ସେହିପରି ନିଫ୍ଟରେ ମଧ୍ୟ ୪୦୦ ପଏଣ୍ଟ ବୃଦ୍ଧି ଦେଖାଦେଇଛି । ୨୨ ହଜାର ୯ ପଏଣ୍ଟ ସହ କାରବାର ଆରମ୍ଭ କରିଛି ନିଫ୍ଟି । ଆଜି ବ୍ୟାଙ୍କିଙ୍ଗ୍ ଏବଂ ଅଟୋ ଷ୍ଟକ୍ ରେ ସର୍ବାଧିକ କିଣାବିକା ଦେଖାଯାଉଛି ।

Sensex Hits All Time High of 37,496; Nifty at 11,300 | India.com

Related posts

ପୁଣି ଥରେ ଏକ ନମ୍ବର ସ୍ଥାନରେ ‘ହିଟମ୍ୟାନ’

mahabharatanews

ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତାରେ ୧୦ତମ ସ୍ଥାନକୁ ଖସିଲେ ସୂର୍ଯ୍ୟକୁମାର

mahabharatanews

୨୦୨୬ ଟି-୨୦ ବିଶ୍ୱକପରେ ଇତିହାସ ରଚିଛି ଜିମ୍ବାୱେ

mahabharatanews