ଓଡିଶା

ତଦନ୍ତ ପାଇଁ ଯାଇଥିବା ଉପଜିଲ୍ଲାପାଳଙ୍କ ଗାଡିକୁ ଅଟକ

(ଦୀପକ ମିଶ୍ର/ଉଦଳା): ରାଢୋ ଲୁଇପା ଡିଗ୍ରୀ ମହାବିଦ୍ୟାଳୟରେ +୩ ଅଧକ୍ଷଙ୍କ ନାମରେ ଛାତ୍ର ମାନଙ୍କର ଛାତ୍ର ବୃତ୍ତି ଟଙ୍କା, କଲେଜ କର୍ମଚାରୀ ମାନଙ୍କର ବକେୟା ଦରମା ଟଙ୍କା ଓ କଲେଜ ଉନ୍ନତି କରଣ ପାଇଁ ଆସିଥିବା ଟଙ୍କାକୁ ଆତ୍ମସାତ କରିଥିବାର ଅଭିଯୋଗ ହୋଇଥିଲା । ଆଜି କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ କଲେଜକୁ ତଦନ୍ତ କରିବାପାଇଁ ଯାଇଥିଲେ । ତେବେ ତଦନ୍ତ ସାରି ଫେରୁଥିବା ସମୟରେ କିଛି କଲେଜ ଛାତ୍ର ଓ ଅଭିଭାବକ ମାନେ ଉପଜିଲ୍ଲାପାଳଙ୍କ ଗାଡିକୁ ଅଟକ ରଖିଥିଳେ । ଉପଜିଲ୍ଲାପାଳଙ୍କୁ ଅଟକ କଣିବା ସହ ଏନେଇ କଣ ତଦନ୍ତ କଲେ ତାହା ସର୍ବସମ୍ମୁଖରେ ଜଣାଇବା ପାଇଁ କଲେଜ ଛାତ୍ର ଓ ଅଭିଭାବକ ଦାବି କରିବା ସହ ଉପଜିଲ୍ଲାପାଳଙ୍କ ଗାଡି ସାମ୍ନାରେ ଶୋଇ ପଡିଥିଳେ ଏବଂ ତାଙ୍କୁ ଛାଡି ନଥିଲେ । ଘଟଣାର ଖବର ପାଇବା ପରେ ଉଦଳା ପୋଲିସ ଘଟଣା ସ୍ଥଳରୁ ଦୁଇ ଛାତ୍ର ଓ ଜଣେ ଅଭିଭାବକଙ୍କୁ ଉଠାଇଆଣିଥିଲେ । ତେବେ ଏସମ୍ପର୍କରେ ଛାତ୍ର କିମ୍ବା ଉପଜିଲ୍ଲାପାଳଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Related posts

ଲକ୍ଷ୍ମୀ ସହ ମିଲରେ ଅଗ୍ନିକାଣ୍ଡ

mahabharatanews

୫ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

mahabharatanews

ସ୍ଥିତି ଦେଖି କଟକଣା କୋହଳ ଲାଗି ନିଷ୍ପତ୍ତି ନେବେ ରାଜ୍ୟ ସରକାର : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews