ଦେଶ ବିଦେଶ

ଭାରତକୁ ୩୦ରନ୍‌ରେ ପରାସ୍ତ କରିଛି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ

କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଭାରତକୁ ୩୦ରନ୍‌ରେ ପରାସ୍ତ କରିଛି ଭ୍ରମଣକାରୀ ଦଳ । ୧୫ ବର୍ଷ ପରେ ପ୍ରଥମ ଥର ପାଇଁ  ଦକ୍ଷିଣ ଆଫ୍ରିକା ଭାରତ ମାଟି‌ରେ ଟେଷ୍ଟ ମ୍ୟାଚ୍ ଜିତିଛି । ଘରୋଇ ମାଟିରେ ମାତ୍ର ୧୨୪ ରନ୍‌ କରିନପାରି ଭାରତ ପରାସ୍ତ ହୋଇଛି । ୨ ମ୍ୟାଚ ବିଶିଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ୧-୦ର ଅଗ୍ରଣୀ ହାସଲ କରିଛି । ଭାରତୀୟ ବ୍ୟାଟରଙ୍କର ନୈରାଶ୍ୟଜନକ ପ୍ରଦର୍ଶନ ପରାଜୟର କାରଣ ହୋଇଛି । ଭାରତର ଦ୍ୱିତୀୟ ଇନିଂସରେ ସାତ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ, ସେମାନଙ୍କ ମଧ୍ୟରୁ ଚାରି ଜଣ ଖାତା ଖୋଲିପାରି ନଥିଲେ।

India Vs South Africa 1st Test Day 3 Highlights: Proteas Beat India By 30  Runs At Eden Gardens - News18

ଭାରତର ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକାର ସାଇମନ ହାମର ୪ଟି ୱିକେଟ ନେଇଥିଲେ । ଘରୋଇ ଦଳ ୧୨୪ ରନର ବିଜୟ ଲକ୍ଷ୍ୟ ନେଇ ଖେଳିଥିଲା । ଆଘାତ ଯୋଗୁଁ ଅଧିନାୟକ ଶୁବମନ ଗିଲ୍ ଖେଳି ପାରିନଥିଲେ । ତେବେ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଆଗରେ ତିଷ୍ଠି ପାରିଲେନି ବାକି ବ୍ୟାଟ୍ସମ୍ୟାନ ମାନେ । ସ୍ପେସାଲିଷ୍ଟ ବ୍ୟାଟସମ୍ୟାନ ସବୁ ଧୂଳି ଚାଟିଥିବା ବେଳେ ୱାଶିଂଟନ୍ ସୁନ୍ଦର ସର୍ବାଧିକ ୩୧, ଅକ୍ଷର ପଟେଲ ୨୬, ଧୁବ ଜୁରେଲ ୧୩ ଓ ରବୀଦ୍ର ଜାଡେଜା ୧୮ ରନ୍ କରିଥିଲେ ।

IND vs SA first Test: South Africa scripts an incredible win over India -  The Hindu

Related posts

“ବନ୍ଦେ ମାତରମ୍”କୁ ଜାତୀୟ ସଙ୍ଗୀତ ପରି ସମାନ ସମ୍ମାନ

mahabharatanews

ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ

mahabharatanews

ବାଂଲାଦେଶରେ ପୁଣି ଆଉ ଜଣେ ହିନ୍ଦୁଙ୍କ ଉପରେ ଆକ୍ରମଣ

mahabharatanews