କେନ୍ଦ୍ରାପଡ଼ା : ଡାକ୍ତର ନିଯୁକ୍ତି ଦାବିରେ ମେଡିକାଲ ସମ୍ମୁଖରେ ଧାରଣାରେ ବସିଲେ ଯୁବ ସାମ୍ବାଦିକ ସୁଶାନ୍ତ ନାୟକ । ଏହି ଭଲି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରଜକନିକା ବ୍ଲକ ଓଳାଭର ଠାରେ ଥିବା ରାଧାନାଥ ରଥ ମେଡିକାଲରେ । ୧୯୫୦ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ମେଡିକାଲରେ ଦୀର୍ଘ ଦିନ ହେବ ଡାକ୍ତର ସମସ୍ୟା ଲାଗି ରହିଥିବା ବେଳେ ଫାର୍ମାସିଷ୍ଟ ଚଳାଇ ଛନ୍ତି ମେଡିକାଲ । ଯାହାଫଳରେ ୧୫ ରୁ ଉର୍ଦ୍ଧ ପଞ୍ଚାୟତର ଅଧିବାସୀଙ୍କ ନିମନ୍ତେ ଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ଅବହେଳିତ ଅବସ୍ଥାରେ । ଯାହାକୁ ନେଇ ଆଜି ଠାରୁ ଧାରଣାରେ ବସିଛନ୍ତି ଯୁବ ସାମ୍ବାଦିକ ସୁଶାନ୍ତ ନାୟକ କ୍ଷ ତାଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ମଧ୍ୟ ସାମିଲ ହୋଇଛନ୍ତି ।
previous post
