ଓଡିଶା

ଆରମ୍ଭ ହେଲା ମୋ ବସ୍ ଏକ୍ସପ୍ରେସ୍ ସେବା

(କଟକ) : ଆରମ୍ଭ ହେଲା  ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ କଟକ ନେତାଜୀ ବସ୍ ଟର୍ମିନାଲ୍ (ସିିିଏନ୍‌ବିଟି) ଏବଂ ପୁରୀ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ମୋ ବସ୍ ଏକ୍ସପ୍ରେସ୍ ସେବା । କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ  ଏହା ଆରମ୍ଭ ହୋଇଛି ।

ସୂଚନାନୁଯାୟୀ,  ବିମାନବନ୍ଦର ଯୋଗେ ଆସୁଥିବା ଯାତ୍ରୀମାନଙ୍କୁ ଏକ ନିରାପଦ ଯାତ୍ରାର ଅନୁଭୂତି ଦେବା ପାଇଁ ପୁରୀ ବସ୍‌ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଫ୍ଲାଟ୍ ୨୦୦/- ଟଙ୍କା ଟିକେଟ୍ ମୂଲ୍ୟ ରହିଛି । ସେପରି କଟକ ନେତାଜୀ ବସ୍ ଟର୍ମିନାଲ୍ ପର୍ଯ୍ୟନ୍ତ ଏହି ଏକ୍ସପ୍ରେସ୍ ସେବା ପାଇଁ ମାତ୍ର ୧୦୦/- ଟଙ୍କା ଟିକେଟ୍ ମୂଲ୍ୟ ନିର୍ଦ୍ଧାରିତ ରହିଛି। ଏହି ଏକ୍ସପ୍ରେସ୍ ସେବା ପାଇଁ ଭୁବନେଶ୍ୱର ବିମାନ ବନ୍ଦରର ୪ର୍ଥ ଲେନ୍‌ରେ ଉପଲବ୍ଧ ଥିବା ମୋ ବସ୍ ଯୋଗେ ଯାତ୍ରୀମାନେ ସିଧାସଳଖ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିବେ।

Related posts

ସ୍ୱାଧୀନତା ସଂଗ୍ରାମୀ ଦାଶରଥୀ ପାଣିଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ

mahabharatanews

ଓଡିଶାରୁ କେନ୍ଦ୍ର ଉଠାଇବ ୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ , ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ

mahabharatanews

ଏଆଇସିସି ସଭାପତି ଖଡ଼ଗେଙ୍କୁ ଭେଟିଲେ ଆରୋ ପ୍ରସାଦ

mahabharatanews