(ଭୁବନେଶ୍ୱର / ଆଦର୍ଶ ରାଉତ) ; ବିବାହ ମଣ୍ଡପରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ । ଭୁବନେଶ୍ୱର ଇନ୍ଫୋସିଟି ଥାନା ଅଞ୍ଚଳର ବ୍ଲୁ ଅରଚିଡ ନାମକ ଏକ ଘରୋଇ ମଣ୍ଡପ ଭିତରେ ଝଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଧାର କରିଛି ପୁଲିସ । ମୃତ ଯୁବକ ନାମ ପ୍ରକାଶ ବଳ(୨୬) ଏବଂ ଘର ଯାଜପୁର ଅଞ୍ଚଳରେ । ପ୍ରକାଶ ମଣ୍ଡପର ଜଣେ କର୍ମଚାରୀ ଥିଲେ । ତେବେ ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇନଥିବା ବେଳେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପ୍ରକାଶଙ୍କ ବାପାଙ୍କ କହିବା କଥା ଅନୁଯାୟି , ପୁଅ କିଛି ଟଙ୍କା ଋଣରେ ଆଣିଥିଲା । ଋଣ ନ ସୁଝିଲେ ତାକୁ ମାରିଦେବାକୁ ଧମକ ମଧ୍ୟ ମିଳୁଥିଲା । ସେଥିପାଇଁ ପ୍ରକାଶଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ।ଅଭିଯୋଗକୁ ଆଧାର କରି ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।