ଅପରାଧ

ଥାନା ପଡିଶାରେ ଚାଲିଛି ଚୋରା ମୋବାଇଲ କାରବାର

ଭୁବନେଶ୍ୱର: ରାଜଧାନୀର ଛାତି ଉପରେ ଚାଲିଛି ଚୋରା ମୋବାଇଲ କାରବାର । ଏହି କାରବାର କୌଣସି ଚୋର ବା ଚୋରା ବେପାରୀ କରୁ ନାହାନ୍ତି । ଚୋରା ମୋବାଇଲ କାରବାର ଚଳାଇଛନ୍ତି ନାମୀଦାମୀ ମୋବାଇଲ କମ୍ପାନୀର ସୋ ରୁମ । ସୋ ରୁମରେ ନୂଆ ମୋବାଇଲ ବିକ୍ରି ସହ ଚାଲିଛି ଚୋରା ପୁରୁଣା ମୋବାଇଲ ବିକ୍ରି । ତେବେ ନୂଆ ପାଇଁ ବେପାରୀଙ୍କ ଯେତିକି ଆଗ୍ରହ ନାହିଁ ଅଧିକ ଆଗ୍ରହ ପୁରୁଣା ମୋବାଇଲ ପାଇଁ । ଆଉ ଏସବୁ କମିଶନରେଟ ପୁଲିସ ଥାନା ନାକ ତଳେ ହେଉଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ, ଯାହା ପୁଣିଥରେ ପୁଲିସର ଲାଞ୍ଚଖୋର ମନୋଭାବକୁ ପଦାରେ ପକାଇ ଦେଇଛି ।
ତେବେ ଏହି ବେପାରର ପର୍ଦ୍ଦାଫାସ ସେତେବେଳେ ହେଲା, ଯେତେବେଳେ ଇନ୍ସୁରାନ୍ସ କମ୍ପାନୀର ଅଭିଯୋଗ ପରେ ତଦନ୍ତ ହେଲା । ଏଥିନେଇ ମୋବାଇଲ ଦୋକାନୀଙ୍କୁ ଇନ୍ୟୁରାନ୍ସ କମ୍ପାନୀକୁ ୮ ଲକ୍ଷ ଟଙ୍କା ଫେରାଇବାକୁ ପଡିଲା । ସମ୍ପ୍ରତି ମୋବାଇଲ ଚୋରି ବୃଦ୍ଧିକୁ ଦୃଷ୍ଟିରେ ରଖି ଲୋକେ ମୋବାଇଲ କିଣିବା ସହ ଦୋକନରେ ଏକ ଇନସ୍ୟୁରାନ୍ସ କରି ନେଉଛନ୍ତି । ମୋବାଇଲ ଦୋକାନୀ ମୋବାଇଲ ବିକ୍ରି କରିବା ସହ ଗ୍ରାହକଙ୍କୁ ଫାଇନ୍ସ ଓ ଇନ୍ସ୍ୟୁରାନ୍ସ ଯୋଗାଇ ଦେଇ ଏଥିରେ କମିଶନ ନେଉଛନ୍ତି । କିନ୍ତୁ ମୋବାଇଲ ଚୋରି ହେଲା ପରେ ଇନ୍୍ୟୁରାନ୍ସ କମ୍ପାନୀକୁ ଫାଇନନ୍ସ କମ୍ପାନୀକୁ ବା ଗ୍ରାହକକୁ ଟଙ୍କା ପଇଠ କରିବାକୁ ହେଉଛି । ମୋବାଇଲ ଚୋରି ବଢିବା ସହ ଇନ୍ସ୍ୟୁରାନ୍ସ କମ୍ପାନୀକୁ କ୍ଷତି ସହିବାକୁ ହେଉଛି । ଏଥିନେଇ ଇନ୍ସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ତଦନ୍ତ ପରେ ଚୋରା ମୋବାଇଲ ସହିଦ ନଗରର ବହୁ ମୋବାଇଲ ଦୋକାନରୁ ଉଦ୍ଧାର ହୋଇଥିଲା । ଏହା ପରେ ମୋବାଇଲ ଦୋକାନରେ ଚୋରା ମୋବାଇଲ ବିକ୍ରି ହେଉଥିବା ଜଣାପଡିଥିଲା । ଏହା ପରେ ମୋବାଇଲ କମ୍ପାନୀକୁ ୮ ଲକ୍ଷ ଟଙ୍କା ଇନ୍ସ୍ୟୁରାନ୍ସ କମ୍ପାନୀକୁ ଦେବାକୁ ହୋଇଥିଲା । ଏହା ପରେ ମୋବାଇଲ ସୋ ରୁମରେ ଚାଲିଥିବା ଚୋରା ମୋବାଇଲ କାରନାମା ପଦାକୁ ଆସିଥିଲା । ଏହି କାରବାରରେ ଏକ ଗ୍ୟାଙ୍ଗ ପୁରା କାମ କରୁଥିବା ପ୍ରତିତ ହେଉଛି ।
ସହିଦ ନଗରରେ ରହିଛି ୨୦-୨୫ଟି ମୋବାଇଲ ସୋ ରୁମ । ଏହି ସୋ ରୁମରେ ପୂର୍ବରୁ ନୂଆ ମୋବାଇଲ ବିକ୍ରି ହେଉଥିବା ଦେଖିବାକୁ ମିଳୁଥିଲା । କିନ୍ତୁ ଗତ କିଛି ବର୍ଷ ହେବ ଏହି ସୋ ରୁମରେ ସବୁ ଭଲ କଣ୍ଡିସନର ମାତ୍ର ଅଳ୍ପ କିଛି ମାସର ନାମୀଦାମୀ କମ୍ପାନୀର ମୋବାଇଲ ସବୁ ମିଳୁଛି । ମୋବାଇଲ ଚୋରି ଯେତିକି ବଢିଛି ସେତିକି ପରିମାଣର ପୁରୁଣା ମୋବାଇଲ ଏହି ସବୁ ସୋ ରୁମରେ ଉପଲବ୍ଧ ହେଉଛି । ମୁଖ୍ୟତଃ ନୂଆ ମୋବାଇଲ କିଣି ଯେଉଁଠି ୩୦-୪୦ ହଜାର ଖର୍ଚ୍ଚ କରୁଥାନ୍ତା, ସେଠା କିଣିବାର କିଛି ଦିନ ବା ମାସ ପୁରୁଣା ମୋବାଇଲ ୧୫ରୁ ୨୨ ହଜାରରେ ପାଉଛିି ଏହି ସବୁ ଦୋକାନରେ । ତେଣୁ ପୁରୁଣା ମୋବାଇଲ ବିକ୍ରି ଧୀରେଧୀରେ ବଢିବାରେ ଲାଗିଛି । ଏହି ସବୁ ମୋବାଇଲ ପାଇଁ ଯୁବପିଢିଙ୍କ ମଧ୍ୟରେ ରହିଛି ଆଗ୍ରହ । ଏକେତ କମ ଦାମ ଦୁଇରେ ନାମୀଦାମୀ କମ୍ପାନୀର ଲାଟେଷ୍ଟ ମଡେଲର ମୋବାଇଲ । ଫଳରେ ଏହି ମୋବାଇଲ ସୋ ରୁମ ଗୁଡିକ ଚୋରା ମୋବାଇଲକୁ ଅଳ୍ପ ଦରରେ କିଣି ବେଶ ଭଲ ଟଙ୍କା ରୋଜଗାର କରୁଛନ୍ତି । ନୂଆ ମୋବାଇଲରେ ମିଳୁଥିôବା ଲାଭ ଅପେକ୍ଷା ଚୋରା ମୋବାଇଲରେ ୨ରୁ ୩ ଗୁଣା ଅଧିକ ରହିଛି । ତେଣୁ ଦୋକାନୀ ପୁରୁଣା ମୋବାଇଲ ରଖିବା ବେଳେ ନା ପୁଲିସକୁ ସୂଚନା ଦେଉଛି ନାହିଁ କିଛି ପଚରା ଉଚରା କରୁଛି । ଏଥିରେ ପୁରା ଗୋଟେ ଗ୍ୟାଙ୍ଗ କରାଯାଇ କାମ ଚାଲିଛି ।
ତେବେ ସବୁଠାରୁ ବଡ କଥା ହେଲା, ରାଜଧାନୀରେ ପ୍ରତ୍ୟହ ଅନ୍ୟୁନ ୧୦-୧୫ଟି ମୋବାଇଲ ଚୋର୍ରିି ହେଉଥିବା ବେଳେ ପୁଲିସ ମୋବାଇଲ ଚୋରିକୁ ଆଉ ଚୋରିରେ ଅନ୍ତର୍ଭୁକ୍ତ କରୁନାହିଁ । କେହି ମୋବାଇଲ ଚୋରି ଅଭିଯୋଗ ନେଇ ଥାନାକୁ ଗଲେ ପୁଲିସ ଏହାକୁ ଗ୍ରହଣ କରୁ ନାହିଁ । ଅନ୍ୟପଟେ ସୋ ରୁମରେ ଧଡାଧଡ ଚୋରା ମୋବାଇଲ ବିକ୍ରି ହେଉଛି ଓ ଏସବୁ ସହିଦ ନଗର ଥାନା ନିକଟରେ ହେଉଛି । ଏଥିସହ ବହୁ ବଡ ବଡ ଅଧିକାରୀ ମଧ୍ୟ ଏହି ସବୁ ଦୋକାନରୁ ମେବାଇଲ କିଣିବାକୁ ଆସୁଛନ୍ତି । ଏହା ପରେ କିପରି ପୁଲିସକୁ କିଛି ଟେର ମିଳିନାହିଁ ଏହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ନାଁ ପୁଲିସକୁ ଲାଭର କିଛି ଅଂଶ ଦେଇ ମୋବାଇଲ ଦୋକାନୀ ସେମାନଙ୍କ କଳା ସାମ୍ରାଜ୍ୟ ଚଳାଇଛନ୍ତି? ଏହି କଳାକାରନାମା ପଦାକୁ ଆସିବା ପରେ ପ୍ରଶ୍ନ ଉଠୁଛି, କେଉଁ ବାହୁବଳିଙ୍କ ଛତ୍ରଛାୟାରେ ଏହି କାରବାର ଚାଲିଛି, ଯାହାକୁ ନେଇ ପୁଲିସ ପଡିଶାରେ ଚାଲିଥିବା ଏତେବଡ ଏକ ଗ୍ୟାଙ୍ଗକୁ ଘୋଡାଇ ଆସିଛି?

Related posts

କଟକରେ ନକଲି ମେଡିସିନ କାରବାର ମାମଲାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

mahabharatanews

ଦେଶି ମଦ ଗଚ୍ଛିତ ରଖିଥିବା ଅଭିଯୋଗରେ ଜଣେ ଗିରଫ

mahabharatanews

ଗଞ୍ଜାମରେ ଗୋ ମାଂସ ଟ୍ରକ ଜବତ

mahabharatanews