(ଭୁବନେଶ୍ୱର) : ରାଜ୍ୟରେ ଜାରି ରହିଥିଲା । ଗ୍ରୀଷ୍ମ ପ୍ରବାହ ହଠାତ୍ ପାଗରେ ହୋଇଥିଲା ପରିବର୍ତ୍ତନ । ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ଝିପିଝିପି ବର୍ଷା ହେଉଛି । ସେହିପରି କଟକରେ ହଠାତ ବଦଳିଗଲା ପାଣିପାଗ । କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି ।
ସୂଚନାନୁଯାୟୀ , ଝିପିଝିପି ବର୍ଷା ସହ ବହିବାର ଲାଗିଛି ପବନ । ବର୍ଷା ପାଇଁ ପାଣିପାଗରେ ପରିବର୍ତ୍ତନ ହୋଇଛି । ପ୍ରବଳ ତାତିରୁ ଆଶ୍ୱସ୍ତି ପାଇଛନ୍ତି ଲୋକ । ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ଓ ବଜ୍ରପାତ ନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଉକ୍ତ ୬ ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଓ ଢେଙ୍କାନାଳକୁ। ଏସବୁ ଜିଲ୍ଲାର କିଛି ସ୍ଥାନରେ ଘଡ଼ିଘଡ଼ି ସହ ବର୍ଷା ହୋଇପାରେ।