ଓଡିଶା

ଆଗାମୀ ୩ ଘଣ୍ଟା ପାଇଁ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି 

(ଭୁବନେଶ୍ୱର) :  ରାଜ୍ୟରେ ଜାରି ରହିଥିଲା । ଗ୍ରୀଷ୍ମ ପ୍ରବାହ ହଠାତ୍ ପାଗରେ ହୋଇଥିଲା ପରିବର୍ତ୍ତନ । ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ଝିପିଝିପି ବର୍ଷା ହେଉଛି । ସେହିପରି କଟକରେ ହଠାତ ବଦଳିଗଲା ପାଣିପାଗ । କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି ।

ସୂଚନାନୁଯାୟୀ , ଝିପିଝିପି ବର୍ଷା ସହ ବହିବାର ଲାଗିଛି ପବନ । ବର୍ଷା ପାଇଁ ପାଣିପାଗରେ ପରିବର୍ତ୍ତନ ହୋଇଛି । ପ୍ରବଳ ତାତିରୁ ଆଶ୍ୱସ୍ତି ପାଇଛନ୍ତି ଲୋକ । ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ଓ ବଜ୍ରପାତ ନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଉକ୍ତ ୬ ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଓ ଢେଙ୍କାନାଳକୁ। ଏସବୁ ଜିଲ୍ଲାର କିଛି ସ୍ଥାନରେ ଘଡ଼ିଘଡ଼ି ସହ ବର୍ଷା ହୋଇପାରେ।

Related posts

ଆଇଟି ବିଭାଗର ଉପଦେଷ୍ଟା ହେଲେ ଅନୁଭବ

mahabharatanews

ଗଣିଆରେ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ପାଳିତ

mahabharatanews

ଟୋକିଓରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନିପ୍ପନ ଷ୍ଟିଲ୍ ମୁଖ୍ୟ

mahabharatanews