ଓଡିଶା

ଆସନ୍ତାକାଲି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ

(ଭୁବନେଶ୍ୱର) : ଆସନ୍ତାକାଲି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ ହେବ । ମୋଟ ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୪ ଲକ୍ଷ ୪୮ ହଜାର ଭୋଟର୍ । ପୁରୁଷ ଭୋଟରଙ୍କ ସଂଖ୍ୟା ୪୮ ଲକ୍ଷ ୩୦ ହଜାର ଥିବାବେଳେ ୪୬ ଲକ୍ଷ ୧୮ ହଜାର ମହିଳା ଭୋଟର ମତଦାନ ସାବ୍ଯସ୍ତ କରିବେ । ଏହି ପର୍ଯ୍ୟାୟରେ ୨୧ ପ୍ରତିଶତ ଯୁବ ଭୋଟର ଥିବାବେଳେ ୩ହଜାର ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ଘରୁ ମତଦାନ କରିଛନ୍ତି ।

ସୂଚନାନୁଯାୟୀ , ୬୪ ଜଣ ସାଂସଦ ପ୍ରାର୍ଥୀ ରହିଥିବାବେଳେ ୩୮୩ ବିଧାୟକ ପ୍ରାର୍ଥୀ ମୈଦାନରେ ପରସ୍ପରକୁ ଟକ୍କର ଦେଉଛନ୍ତି । ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ବରରେ ଭୋଟ୍ ଗ୍ରହଣ ହେବ । ଏହି ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ବି ନିର୍ବାଚନ ଅନୁଷ୍ଠିତ ହେବ। ସୁରକ୍ଷା ପାଇଁ ସର୍ବାଧିକ ୧୨୧ କମ୍ପାନୀ CAPF ମୁତୟନ ହୋଇଛନ୍ତି ।

Related posts

ବାସନ୍ଦ ହେଲେ ଚର୍ଚ୍ଚିତ ଅଭିନେତା ମନୋଜ ମିଶ୍ର

mahabharatanews

ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣକଲେ ଡଃ ପ୍ରଦୀପ ମିଶ୍ର

mahabharatanews

ନିଜ ଉଦ୍ଭାବନକୁ ନେଇ ଚିନ୍ତାରେ ମାର୍ଟିନ୍ କୁପର

mahabharatanews