(ଶିମିଳିପାଳ) : ଶିମିଳିପାଳରେ ଆଜିଠୁ ଆରମ୍ଭ ହେବ ବାଘ ଗଣନା । ତେବେ ଏହି ଗଣନା ମାସ ଶେଷ ଅର୍ଥାତ୍ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ସକାଳ ୯ ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ବାଘ ଗଣନା ହେବ । ବାଘ ସମେତ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଓ ପକ୍ଷୀଙ୍କର ହେବ ଗଣନ। । ଏଥିପାଇଁ ୪୫୦ରୁ ଅଧିକ ଟ୍ରାପ କ୍ୟାମେରା ଲାଗିଛି ।
ସୂଚନାନୁଯାୟୀ , ୨୦ ତାରିଖ ପର୍ଯ୍ୟନ୍ତ ସାଇନସର୍ଭେ, ୨୫ରୁ ୨୮ ତାରିଖ ଯାଏଁ ଲାଇନ ଟ୍ରାନଜେଟ ଏବଂ ୧ ରୁ ୨୫ ନଭେମ୍ବର ଯାଏଁ କ୍ୟାମେରା ଟ୍ରାପିଙ୍ଗ ମାଧ୍ୟମରେ ବାଘ ଗଣନା କରାଯିବ । ଶିମିଳିପାଳ ଉତ୍ତର ଓ ଦକ୍ଷିଣ ସମେତ ବାରିପଦା, ରାଇରଙ୍ଗପୁର ଏବଂ କରଞ୍ଜିଆ ସବଡିଭିଜନର ସାତକୋଶିଆ, ବିଶୋଇ ଓ କପ୍ତିପଦା ଆଦି ଅଂଚଳରେ ମଧ୍ୟ ବାଘ ଗଣନା କରାଯିବ । ବାଘଙ୍କ ପାଦ, ରଙ୍ଗ, ଗଛରେ ରାମ୍ପୁଡା ଦାଗରୁ ଡିଏନଏ ନମୁନା ସଂଗ୍ରହ କରାଯିବ ।
