ଓଡିଶା

ସ୍କ୍ରବ୍ ଟାଇଫସ୍ ଆତଙ୍କ; ସଂଖ୍ୟା ୪୪୧କୁ ବୃଦ୍ଧି 

(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ପରେ ବୃଦ୍ଧି ପାଇବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ଆତଙ୍କ । ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲାରେ ଏହାର ପ୍ରଭାବ ବଢୁଛି । ଏହି କ୍ରମରେ ନୂଆ ୧୧  ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୪୪୧ରେ ପହଞ୍ଚିଛି । ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଅପଡେଟ୍ ନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ  ।

ସୂଚନାନୁଯାୟୀ, ତେବେ ଯଥେଷ୍ଟ ଔଷଧ ମହଜୁଦ ରହିଛି । ଠିକ୍ ଚିକିତ୍ସା ଲାଗି ସ୍ଵତନ୍ତ୍ର ଡାକ୍ତରୀ ଦଳ ବି ପ୍ରସ୍ତୁତ ରହିଛନ୍ତି । ଏହି ରୋଗ ଲାଗି ଗାଁ ଗାଁରେ ଲୋକଙ୍କୁ ସଚେତନ କରାଯାଉଛି ।  ଜାନୁଆରୀ ମାସରୁ ଆଜି ପର୍ଯ୍ୟନ୍ତ ୪୪୧ ଜଣ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ବଡ଼ଗାଁ ଅଞ୍ଚଳର ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ।

Related posts

ବେଆଇନ ବାଲି ଚାଲାଣ ବେଳେ ଟ୍ରାକ୍ଟର ଜବତ

mahabharatanews

୨୨ ବେଳକୁ ୨୨ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ

mahabharatanews

ପୂର୍ବ ଓଡ଼ିଶା ଶିଳ୍ପାଞ୍ଚଳ ବିକାଶ ପରିଷଦର ଚକ୍ଷୁ ଚିକିତ୍ସା ଶିବିର

mahabharatanews