ଓଡିଶା

ଟାଇଗର ଶ୍ରଫଙ୍କୁ ଗୁଳିମାଡ଼: ୩ ଗିରଫ

ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାର୍‌ ଉପରକୁ ଗୁଳି ମାଡ଼ ଘଟଣାରେ ୩ ଜଣଙ୍କୁ ଧରିଛି ପୁଲିସ୍‌। ରାଜସ୍ଥାନର କୋଟାରୁ ଧରାପଡ଼ିଥିବା ଏହି ୩ ଜଣଙ୍କ ମଧ୍ୟରେ ଜଣେ ହେଉଛି ନାବାଳକ। ତେଣୁ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଥିବା ବେଳେ ନାବାଳକ ଅଭିଯୁକ୍ତକୁ ଆଇନ ଅନୁସାରେ ଅଟକ ରଖିଛି। ଗିରଫ ୨ ଅଭିଯୁକ୍ତ ହେଲେ ଫୁଲ ସିଂହ ଓ ରେହାନ। ଉଭୟଙ୍କ ଘର ହରିୟାଣାର। ସେହିପରି ଅଟକ ଥିବା ୧୭ ବର୍ଷୀୟ ଅଭିଯୁକ୍ତର ଘର ବିହାରରେ ବୋଲି ପୁଲିସ୍‌ କହିଛି ।

ରବିବାର ସନ୍ଧ୍ୟାରେ ଟାଇଗର ଶ୍ରଫଙ୍କ କାର୍‌ ଉପରକୁ ଜୁହ ଠାରେ ଗୁଳି ମାଡ଼ କରାଯାଇଥିଲା। ଟାଇଗର ଫୁଟବଲ ଖେଳି କାରରେ ଆସୁଥିବା ବେଳେ ଏହି ଘଟଣା ଘଟିଥିଲା। ଗୁଳି ମାଡ଼ରୁ ଟାଇଗର ଅଳ୍ପକେ ବର୍ତ୍ତି ଥିବା ବେଳେ ତାଙ୍କ କାର ଡ୍ରାଇଭର ଆହତ ହୋଇଛନ୍ତି। ଜଣେ ସେଲିବ୍ରେଟିଙ୍କ ଉପରେ ଏପରି ଗୁଳି ମାଡ଼ ପୂରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଘଟଣାକୁ ମୁମ୍ବାଇ ପୁଲିସ୍‌ ଗୁରୁତ୍ୱର ସହ ନେଇ ଆରମ୍ଭ କରିଥିବା ଅପରେସନ। ଦେଶର ବିଭିନ୍ନ ରାଜ୍ୟର ପୁଲିସ୍‌କୁ ମଧ୍ୟ ଆଲର୍ଟ ଜାରି କରାଯାଇଥିଲା।

Related posts

ଶିମିଳିପାଳରେ କଳା ପ୍ରଜାତିର ମହାବଳ ବାଘ !

mahabharatanews

ରାଜ୍ୟରେ ଆଉ ୧୫ ଜୀବନ ନେଲା କରୋନା

mahabharatanews

ଭତ୍ତାଧାରୀ ବୟସ୍କଙ୍କ ସହ ବିଜେପିର ପ୍ରତାରଣା: ନବୀନ ପଟ୍ଟନାୟକ

mahabharatanews