ଓଡିଶା

୪ ଛୁଆଙ୍କୁ ଧରି ଘୁରି ବୁଲୁଛି ବାଘୁଣୀ

(ଶିମିଳିପାଳ) :  ଶିମିଳିପାଳର ଘଞ୍ଚ ଜଙ୍ଗଲ ମଧ୍ୟରେ ବାଘୁଣୀଟିଏ ତାର ୪ଟି ଛୁଆକୁ ଧରି ଘୁରି ବୁଲୁଥିବାର ଦୃଶ୍ୟ   ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଦକ୍ଷିଣ ଡିଭିଜନ ପକ୍ଷରୁ ଏକ ମିନିଟ ୫୨ସେକେଣ୍ଡର ଏକ ଭିଡିଓ ଫୁଟେଜ ଏନଟିସିଏ, ପିସିସିଏଫ୍‌ ଓଡ଼ିଶାଙ୍କ ସମେତ ଦୁଇଜଣ ଆଇଏଏଫଏସ ଅଫିସରଙ୍କୁ ଟୁଇଟ କରାଯିବା ପରେ ଏହାକୁ ବହୁଳ ମାତ୍ରାରେ ବନ୍ୟପ୍ରାଣୀ ପ୍ରେମୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି  ।

ସୂଚନାନୁଯାୟୀ , ଶିମିଳିପାଳରେ  ୨୦୧୮ରେ ମାତ୍ର ୮ଟି ବାଘ ଥିବା ନେଇ ସୂଚନା ଦିଆଯାଇଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୧୬କୁ ବୃଦ୍ଧି ପାଇଥିବା କୁହାଯାଇଛି । ଆସନ୍ତା ୧୪ରେ ଶିମିଳିପାଳ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲାଯିବାକୁ ଥିବା ବେଳେ ଏଭଳି ଖବର ନିଶ୍ଚିତ ଭାବେ ପର୍ଯ୍ୟଟକଙ୍କୁ ଶିମିଳିପାଳ ଆସିବା ପାଇଁ ବାଧ୍ୟ କରିବ ।

Related posts

ଆମେରିକାର ଦୃଢିକରଣ ସର୍ବୋପରି ବିଶ୍ୱ ଭାତୃତ୍ୱ ଭାବ ପ୍ରତିଷ୍ଠା ଦିବରେ ଲୋକପ୍ରତିନଧି ଓ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଟିପଣୀ ଦେଇ ପ୍ରଶଂସିତ ହୋଇଛି ପୂବର୍ତନ ବିଧାୟକ ଅନୁଭବ ପଟ୍ଟନାୟକ

mahabharatanews

ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ

mahabharatanews

ଅବକାରୀ ମୋବାଇଲ ସ୍କାର୍ଡ ୟୁନିଟକୁ ବଡ଼ ସଫଳତା

mahabharatanews