ଓଡିଶା

ଆସନ୍ତାକାଲିଠୁ ଘ‌ରୋଇ ବସ୍ ଚଳାଚଳ ବନ୍ଦ

(ଭୁବନେଶ୍ୱର) : ଆସନ୍ତାକାଲିଠୁ ରାଜ୍ୟରେ ଘ‌ରୋଇ ବସ୍ ଚଳାଚଳ ବନ୍ଦ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍‌ ଯୋଜନାରେ ଘରୋଇ ବସ୍ ମାଲିକଙ୍କ ବସ୍‌ଗୁଡିକୁ ସାମିଲ କରିବାକୁ ନେଇ ରାଜ୍ୟ ସରକାର ଓ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ରହିଥିବା ବିବାଦ ତୁଟିନାହିଁ। ଆଲୋଚନାର କୌଣସି ସୁଫଳ ନ ମିଳିବାରୁ ପୂର୍ବ ନିଷ୍ପତ୍ତି ଅନୁସାରେ ଆସନ୍ତା ୧୦ ତାରିଖ ସକାଳ ୬ଟାରୁ ସମଗ୍ର ରାଜ୍ୟରେ ଘ‌ରୋଇ ବସ୍ ଚଳାଚଳ ବନ୍ଦ ରଖିବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସୂଚନାନୁଯାୟୀ , ଆଜି ସଂଘର ସାଧାରଣ ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବସ୍‌ ବନ୍ଦ ରହିବ ବୋଲି ସଂଘର ସାଧାରଣ ସଂପାଦକ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଗତ ଅକ୍ଟୋବର୍‌ ୨ ତାରିଖ ଦିନ ଏହି ସମାନ ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲା (ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର)ରେ ବସ୍ ଚଳାଚଳ ବନ୍ଦ ରଖାଯାଇଥିଲା।

Related posts

ମୋଟୁ ଠାରେ ମାଲ୍ୟବନ୍ତ ମହୋତ୍ସବ ଆରମ୍ଭ

mahabharatanews

ମଶାଣି ପଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

mahabharatanews

ପ୍ରବଳ ଖରା: ସମ୍ବଲପୁରରେ ୪୩.୨ ଡିଗ୍ରି ରେକର୍ଡ

mahabharatanews