ଓଡିଶା

ଆଜିଠାରୁ ଆରମ୍ଭ ସ୍ବତନ୍ତ୍ର ଓଜେଇଇ

(ଭୁବନେଶ୍ୱର) : ଆଜିଠାରୁ ଦ୍ବିତୀୟ ତଥା ସ୍ବତନ୍ତ୍ର ଓଜେଇଇ ଆରମ୍ଭ ହେବ । ଜୁନ୍‌ ୨୬, ୨୭ ଓ ୨୯ ତାରିଖରେ ହେବାକୁ ଥିବା ଏହି ପରୀକ୍ଷା ଏକ ଘଣ୍ଟା ଧରି ଚାଲିବ।ବି.ଟେକ୍‌, ଲାଟେରାଲ ଏଣ୍ଟ୍ରି-ଟେକ୍‌(ଡିପ୍ଲୋମା), ଏମ୍‌ବିଏ, ଏମ୍‌ସିଏ ଓ ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି  କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ୪ଟି ସିଟିଂରେ ପରୀକ୍ଷା କରାଯିବ। ପରୀକ୍ଷା ପାଇଁ ମୋଟ ୪୭ଟି ‌କେନ୍ଦ୍ର ହୋଇଛି।

ସୂଚନାନୁଯାୟୀ , ଓଡ଼ିଶା ଭିତରେ ୪୪ ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ୨୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ଶୃଙ୍ଖଳିତ ପରୀକ୍ଷା କରିବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା‌ ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ବାହାର ରାଜ୍ୟର ଛାତ୍ରଛାତ୍ରୀ ସରକାରୀ କଲେଜରେ ନାମଲେଖା ପାଇଁ ଯୋଗ୍ୟ ହେବେ ନାହିଁ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି।

 

 

 

Related posts

କୋଇଲା ବୋଝେଇ ଟ୍ରେନରେ ନିଆଁ

mahabharatanews

ବିନା ଭକ୍ତରେ ହେବ ରଥଯାତ୍ରା

mahabharatanews

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

mahabharatanews