ଓଡିଶା

କୋଇଲା ବୋଝେଇ ଟ୍ରେନରେ ନିଆଁ

(ଭୁବନେଶ୍ୱର ): କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ । ବାଲେଶ୍ଵର ରେଳ ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଖବରପାଇ ବାଲେଶ୍ଵର ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛି। ଏଥିରେ କୌଣସି କ୍ଷତି ହୋଇ ନଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ନିମାପୁରରୁ ଏକ କୋଇଲା ବୋଝେଇ ଟ୍ରେନ ଦକ୍ଷିଣ ଭାରତକୁ ଯାଉଥିଲା। ରୁପ୍ସା ଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ ବଗିରୁ ଧୂଆଁ ବାହାରୁଥିବା ଦେଖି ଷ୍ଟେସନ କର୍ମଚାରୀମାନେ ବାଲେଶ୍ଵର ଷ୍ଟେସନକୁ ଖବର ଦେଇଥିଲେ। ବାଲେଶ୍ଵର ଷ୍ଟେସନରେ ଟ୍ରେନ ଅଟକାଇ ଅଗ୍ନିଶମ ବିଭାଗ ଦ୍ଵାରା ନିଆଁକୁ ଆୟତ୍ତ କରାଯାଇଥିଲା।

Related posts

ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣକଲେ ଡଃ ପ୍ରଦୀପ ମିଶ୍ର

mahabharatanews

କରୋନା: ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ୬ ରାଷ୍ଟ୍ର ସହ ଆଲୋଚନା

mahabharatanews

୨ଦିନ ପରେ ବର୍ଷା ସମ୍ଭାବନା 

mahabharatanews