ଓଡିଶାଦୁର୍ଘଟଣା

ଆଜି ବଜ୍ରପାତରେ ଚାଲିଗଲା ଜୀବନ

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବରପଡା ତିନିମୁହାଣୀ, ଲୁଣା ନଦୀ ପୋଲ ଉପରେ ହୋଇଥିଲା ବଜ୍ରପାତ। ସ୍ଥାନୀୟ କଣ୍ଟାପାରି ଗାଁ ର ୫୪ ବର୍ଷୀୟ ଶୁଭେନ୍ଦୁ ସାହୁ ହାଟକୁ ସାଇକେଲ ଯୋଗେ ଯାଉଥିବା ବେଳେ ହୋଇଥିଲା ବଜ୍ରପାତରେ ଗୁରୁତର ହେବାରୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବଜ୍ରପାତ ଏତେ ଭୟାନକ ଥିଲା ଯେ ଏହାର ପ୍ରଭାବରେ ସାଇକେଲ ଟି ସଂପୂର୍ଣ୍ଣ ନଷ୍ଟ ହୋଇଯିବା ସହ ପୋଲ ଉପରୁ ପିଚୁ ଉଠିଥିବା ସହ ବିଭିନ୍ନ ଗର୍ତ୍ତ ମାନ ସୃଷ୍ଟି ହୋଇଥିଲା। ମୃତକ ଶୁଭେନ୍ଦୁ ଙ୍କ ଦୁଇଟି ଝିଅ ଓ ପତ୍ନୀ ଥିବା ସୂଚନାରହିଛି ।

Related posts

ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

mahabharatanews

ପୁଣି ବିବାଦରେ ପାଉଁଶକୁଳି

mahabharatanews

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ହେବ ସ୍କୁଲ

mahabharatanews