ଓଡିଶା

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ

କଟକ: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ । ଅପରାହ୍ଣ ୧ଟାରେ ବଜ୍ରକବାଟିସ୍ଥିତ ବୋର୍ଡ କାର୍ୟ୍ୟାଳୟରେ ପରୀକ୍ଷାଫଳ ଘୋଷଣା ହେବାର କାର୍ୟ୍ୟକ୍ରମ ରହିଛି। ବୋର୍ଡ ବିସ୍ତୃତ ସୂଚନା ଦେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ । ଛାତ୍ରଛାତ୍ରୀମାନେ ଅପରାହ୍ଣ ୨ଟାରୁ ବୋର୍ଡ ୱେବସାଇଟ (www.bseodisha.ac.in ଏବଂ www.bseodisha.nic.in)ରେ ନିଜର ପରୀକ୍ଷାଫଳ ଜାଣିପାରିବେ। ଏଥିସହ ପରୀକ୍ଷାର୍ଥୀମାନେ ନିଜର ରୋଲ ନମ୍ବରକୁ ଟାଇପ କରି ୫୬୭୬୭୫୦ ନମ୍ବରକୁ ଏକ ଏସ୍ଏମ୍ଏସ ପଠାଇ ଫଳାଫଳ ଦେଖି ପାରିବେ ବୋର୍ଡ ପକ୍ଷରୁ କୁହାଯାଇଛି।ଗତ ୨ ବର୍ଷ ହେଲା କରୋନା ଯୋଗୁ ଅଫଲାଇନ୍ ପରୀକ୍ଷା ହୋଇପାରି ନଥିବା ବେଳେ ଚଳିତ ବର୍ଷ ଅଫଲାଇନ୍ ପରୀକ୍ଷା ହୋଇଥିଲା ।ଚଳିତ ବର୍ଷ ୫ ଲକ୍ଷ ୨୮ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ ।

Related posts

ଆଜିଠୁ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା

mahabharatanews

ପଦ୍ମପୁର ଉପନିର୍ବାଚନ ମଇଦାନରେ 10 ପ୍ରାର୍ଥୀ

mahabharatanews

ଶ୍ରାବଣ ମାସରେ ଜଳପ୍ରିୟ ଶିବଙ୍କୁ ଜଳଅଭିଷେକ କଲେ ଜୀବନ ସୁଖଶାନ୍ତିରେ ଭରିଯାଏ

mahabharatanews