ଓଡିଶା

ଆଜି ପୁଣି ଆକାଶରୁ ଶୁଭିଲା ପ୍ରଚଣ୍ଡ ଶଦ୍ଦ; ଭୟଭୀତ ଲୋକେ

ବାଲେଶ୍ୱର: ଆଜି ପୁଣି ଆକାଶରୁ ଶୁଭିଲା ପ୍ରଚଣ୍ଡ ଶଦ୍ଦ । ବାଲେଶ୍ୱର ଅଞ୍ଚଳରେ ଆକାଶରୁ ପ୍ରଚଣ୍ଡ ଶଦ୍ଦ ଶୁଣିବାକୁ ମିଳୁଛି । ଫଳରେ ସ୍ଥାନିୟ ଲୋକେ ଭୟଭୀତ ହେଉଛନ୍ତି । ସେପଟେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ମଧ୍ୟ ପ୍ରଚଣ୍ଡ ଶଦ୍ଦ ଶୁଣିବାକୁ ମିଳିଛି । ତେବେ ପାଖରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଥିବାରୁ , ଗୋଳାବାରୁଦ ପରୀକ୍ଷଣ ହେଉଥିôବା ଅନୁମାନ କରାଯାଉଥିଲା । ଶଦ୍ଦ କେଉଁଠୁ ଆସିଲା ଓ କାହିଁକି ଏପରି ହେଲା ଲୋକେ ବୁଝି ପାରିନାହାଁନ୍ତି ।
ସୂଚନା ଅନୁଯାୟୀ , ଗତ ୧୨ ତାରିଖରେ ମଧ୍ୟ ଏହିପରି ଏକ ପ୍ରଚଣ୍ଡ ଶଦ୍ଦ ବାଲେଶ୍ୱର ଓ ଭଦ୍ରକ ଅଂଚଳରେ ଶୁଣିବାକୁ ମିଳିଥିଲା । ଲୋକେ ସେତେବେଳେ ମଧ୍ୟ ଆତଙ୍କିତ ହୋଇଥିଲେ । ଏହି ଶଦ୍ଦ ନେଇ ତଦନ୍ତ ଚାଲିଥିବା କୁହାଯାଉଛି ।

Related posts

ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ କେମିକାଲ ସିଞ୍ଚନ କରାଯାଇ ସାନିଟାଇଜ କରାଗଲା

mahabharatanews

ଡେଙ୍ଗୁ ଆତଙ୍କ ; ଆଖି ବୁଜିଲେ ୨ ଜଣ ବ୍ୟବସାୟୀ

mahabharatanews

ଚିନ୍ତା ବଢ଼ାଉଛି ଡେଙ୍ଗୁ, ରାଜଧାନୀରେ ୧୦୦ ପାର୍

mahabharatanews