ଓଡିଶା

ଆଜି କଟକ ଆସୁଛନ୍ତି ମମତା ବାନାର୍ଜୀ

(କୋଲକତା) : ଆଜି  ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କ ସହ ଏକ ଟିମ୍ ମଧ୍ୟ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଛି ।  କଟକ ଭୁବନେଶ୍ୱର ଆହତ ଯାତ୍ରୀଙ୍କୁ ଭେଟିବା ପାଇଁ ଆସୁଥିବା ସୂଚନା ମିଳିଛି । ପ୍ରଥମେ କଟକରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବେ ମମତା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।

ସୂଚନାନୁଯାୟୀ ,  ଆଜି ଦିନ ଦୁଇଟାରେ ଓଡ଼ିଶାରେ ପହଞ୍ଚିବା ପରେ ସେ ପ୍ରଥମେ ଏସସିବି ଯାଇ ଆହତଙ୍କୁ ଭେଟିବେ । ତାଙ୍କ ସହ ଆସିଥିବା ଟିମ୍ ଭୁବନେଶ୍ୱରରେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ଥିବା ଆହତଙ୍କ ସହ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ ।

Related posts

ନନ୍ଦନକାନନ ପ୍ରାଣୀଉଦ୍ୟାନ ଭିତରକୁ ସନ୍ଧ୍ୟା ୬ଟାପରେ ଅନୁମତି ନାହିଁ

mahabharatanews

୩୫ଟି ଆଖଡା ଘରକୁ ୫୦ ହଜାର ଟଙ୍କାର ସହାୟତା

mahabharatanews

ରାଜ୍ୟରେ ୫ ଜିଲ୍ଲାରୁ ୮ କରୋନା ପଜିଟିଭ ; ଜଣେ ୧୮ ବର୍ଷରୁ କମ୍

mahabharatanews