ଓଡିଶାପର୍ବ ପର୍ବାଣି

ଆସନ୍ତା କାଲି ଶ୍ରୀ ଜୀଉଙ୍କ ବାମନ ବେଶ

ପୁରୀ : ଆସନ୍ତା କାଲି ଶ୍ରୀକ୍ଷେତ୍ରରେ ପାଳିତ ହେବ ଶ୍ରୀଜୀଉଙ୍କ ବାମନ ଉତ୍ସବ ସହିତ ସୁନିଆ ପର୍ବ। ଅର୍ଥାତ , ଏହା ହେଉଛି ଶ୍ରୀ ଜୀଉଙ୍କ ବାମନ ବେଶ। କେତେକ ଏହାକୁ ମଧ୍ୟ ବଳିବାମନ ବେଶ ବୋଲି ମଧ୍ୟ କହିଥାନ୍ତି। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ଏହି ପର୍ବକୁ ପାଳନ କରାଯାଏ। ପୌରାଣିକ କଥାନୁଯାୟୀ , ଏହି ଦିନ ଭଗବାନ ବିଷ୍ଣୁ ନିଜର ୫ମ ଅବତାର ନେଇଥିଲେ। ଏହିଦିନ ବାମନ ରୂପରେ ଧରାପୃଷ୍ଠରେ ଅବତରଣ କରିଥିଲେ। ନୃସିଂହ ଜନ୍ମ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରି ଶ୍ରୀ ମନ୍ଦିରରେ ଏହି ବାମନ ଉତ୍ସବକୁ ପାଳନ କରାଯାଏ।

ଏହିଦିନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବାମନ ବେଶରେ ସଜ୍ଜା ଯାଇଥାଏ। ତାଙ୍କ ସାଙ୍ଗରେ ସଜ୍ଜିତ ହୁଅନ୍ତି ଭଉଣୀ ସୁଭଦ୍ରା ଓ ବଡ଼ ଭାଇ ବଳଭଦ୍ର।ଭାଇ ଭଉଣୀ ଯଥାକ୍ରମେ ରାଜବେଶ ଓ ସାଧାରଣ ବେଶରେ ଦର୍ଶନ ଦିଅନ୍ତି। ଏହିଦିନ ମହାପ୍ରଭୁଙ୍କ ଶ୍ରୀଭୂଜର ବାମ ହସ୍ତରେ ଛତା ଓ ଡାହାଣ ହସ ତାରେ କୁଶବଟୁ ଗଡ଼ୁ ଧରି ଏକ ବାମନ ରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ସଜାଯାଇଥାଏ। ସୁନିଆ ଦିନଠାରୁ ଗଜପତି ମହାରାଜାଙ୍କ ଗାଦିଆସନ ବର୍ଷର ଗଣନା ହୋଇଥାଏ । ସୁନିଆ ଦିନ ଷୋଳଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରକୁ ଆସି ଗୋଟିଏ ଲେଖାଏଁ ନଡ଼ିଆ ଗଜପତିଙ୍କୁ ଭେଟିଦେଇ ମହାରାଜାଙ୍କୁ ଆଶିର୍ବାଦ କରିଥାନ୍ତି ।

ସମସ୍ତଙ୍କୁ ଶ୍ରୀନଅରରେ ମହାପ୍ରସାଦ ଦିଆଯାଏ। । ସୁନିଆ ଦିନ ଗଜପତି ମହାରାଜା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କନକ ଭେଟି ଅର୍ପଣ କରିବାର ପ୍ରଥା ଅଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଗଜପତି ପୁରୁଣା ନଅର ସ୍ଥଳକୁ ଯାଇ ଶ୍ୟାମାକାଳୀ ଓ ଅଷ୍ଟଶମ୍ଭୁଙ୍କୁ ଦର୍ଶନକରି ଶ୍ରୀନଅର କୁ ଫେରିଥାନ୍ତି। । ସୁନିଆ ଦିନ ସ୍ୱର୍ଣ୍ଣମୁଦ୍ରାରେ ଗଜପତି ମହାରାଜାଙ୍କ ନୂତନ ଅଙ୍କ କଟାଯାଇ ସେହିଦିନଠାରୁ ନୂତନ ଅଙ୍କର ଗଣନା ଆରମ୍ଭ ହୁଏ। ଏହିକ୍ରମରେ ପ୍ରଭୁଙ୍କର ଆସନ୍ତାକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସହ ଶ୍ରୀନଅରରେ ଗଜପତି ମହାରାଜଙ୍କ ସୁନିଆ ଉତ୍ସବ ମଧ୍ୟ ପାଳନ କରାଯିବା ସହିତ ରାଜ୍ୟର ବିଭିନ୍ନ ମନ୍ଦିରରେ ସୁନିଆ ପର୍ବ ପାଳିତ କରାଯିବ ।

Related posts

ବିମାନବନ୍ଦର ଅଘଟଣ: ଠିକାଦାର ଦିଲ୍ଲୀପ ଅଟକ, ତଦନ୍ତ କରିବ ଉଚ୍ଚସ୍ତରୀୟ ବୈଷୟିକ ଟିମ

mahabharatanews

ଆଜି ୪ଘଣ୍ଟା ବନ୍ଦ ଜଗା ଦର୍ଶନ 

mahabharatanews

ରାଜଧାନୀରୁ ୩୮ ସଂକ୍ରମିତ ଚିହ୍ନଟ: ୨୫ ହୋମ କ୍ୱାରେଣ୍ଟାଇନ, ୧୩ ସ୍ଥାନୀୟ

mahabharatanews

Leave a Comment