Uncategorized

ଦେଶରେ କରୋନା ସଂକ୍ରମଣ ୩ ଲକ୍ଷ ୯୫ ହଜାର ୪୮ରେ ପହଞ୍ଚିଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି । ୠତ ୨୪ ଘଣ୍ଟାରେ ୧୪ ହଜାର ୫୧୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୭୫ ରୋଗୀଙ୍କ ମୃତ୍ୟୁ ଘଟିଛି । ଫଳରେ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୯୫ ହଜାର ୪୮ ଓ ମୃତ୍ୟୁ ସଂଖ୍ୟା ୧୨ ହଜାର ୯୪୮କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୧ ଲକ୍ଷ ୬୮ହଜାର ୨୬୯ ରୋଗୀ ସକ୍ରିୟ ଥିବାବେଳେ ୨ ଲକ୍ଷ ୧୩ ହଜାର ୮୩୧ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ସଂକ୍ରମିତଙ୍କ ଆରୋଗ୍ୟ ହାର ୫୩.୮୦%କୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୧ ଲକ୍ଷ ୨୪ ହଜାର ୩୩୧ ଥିବାବେଳେ ୫୮୯୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୫୩ ହଜାର ୧୧୬ ଓ ମୃତକଙ୍କ ସଂଖ୍ୟା ୨୦୩୫କୁ ବୃଦ୍ଧି ପାଇଛି। ତାମିଲନାଡୁରେ ୫୪ ହଜାର ୪୪୯ ଜଣ ସଂକ୍ରମିତ ହୋଇଥିବାବେଳେ ୬୬୬ ରୋଗୀ ପ୍ରାଣ ହରାଇଛନ୍ତି। ସେହିପର ଗୁଜରାଟରେ ୨୬ ହଜାର ୧୯୮ ଆକ୍ରାନ୍ତ ଓ ୧୬୧୯ ମୃତ, ଉତ୍ତରପ୍ରଦେଶରେ ୧୬ ହଜାର ୫୯୪ ସଂକ୍ରମିତ ଓ ୫୦୭ ମୃତ, ପଶ୍ଚିମବଙ୍ଗରେ ୧୩ ହଜାର ୯୦ ଆକ୍ରାନ୍ତ ଓ ୫୨୯ ମୃତ, ହରିୟାଣାରେ ୯ ହଜାର ୭୪୩ ଆକ୍ରାନ୍ତ ଏବଂ ୧୪୪ ମୃତ, ଆନ୍ଧ୍ରପ୍ରଦଶେରେ ୭୯୬୧ ଆକ୍ରାନ୍ତ ଏବଂ ୯୬ ମୃତ, ତେଲେଙ୍ଗାନାରେ ୬୫୨୬ ସଂକ୍ରମିତ ଓ ୧୯୮ ମୃତ, କର୍ଣ୍ଣାଟକରେ ୮୨୮୧ ଆକ୍ରାନ୍ତ ଓ ୧୨୪ ମୃତ, ରାଜସ୍ଥାନରେ ୧୪ ହଜାର ୧୫୬ ଆକ୍ରାନ୍ତ ଓ ୩୩୩ ମୃତ, ଜାମ୍ମୁ-କାଶ୍ମୀରରେ ୫୬୮୦ ସଂକ୍ରମିତ ଓ ୭୫ ମୃତ, ମଧ୍ୟପ୍ରଦେଶରେ ୧୧ ହଜାର ୫୮୨ ସଂକ୍ରମିତ ଓ ୪୯୫ ମୃତ, ବିହାରରେ ୭୨୯୦ ଆକ୍ରାନ୍ତ ଓ ୪୯ ମୃତ, ଆସାମରେ ୫୦୦୬ ଆକ୍ରାନ୍ତ ଓ ୯ ମୃତ, ଓଡ଼ିଶାରେ ୪୬୭୭ ସଂକ୍ରମିତ ଏବଂ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Related posts

ମୁଖ୍ୟମନ୍ତ୍ରୀ ମମତାଙ୍କ କାର୍ଯ୍ୟକ୍ରମରେ ବଡ଼ ଅଘଟଣ,ଗେଟ୍ ଭୁଶୁଡ଼ି ୨ ଆହତ

mahabharatanews

ଏମିତି କିଛି ଗାଁ, ଯେଉଁଠି ହୋଲି ଖେଳିବା ମନା

mahabharatanews

ପୂଜା କରିବାବେଳେ ପତ୍ନୀଙ୍କୁ ସ୍ୱାମୀଙ୍କ କେଉଁ ପାଶ୍ୱର୍ରେ ବସିବା ଉଚିତ୍, ଜାଣିଛନ୍ତି କି?

mahabharatanews