ଓଡିଶା

କଡ଼ାକଡ଼ି ଟ୍ରାଫିକ ବ୍ୟବସ୍ଥା; ନିୟମ ଭାଙ୍ଗିଲେ ସିଧାସଳଖ କୋର୍ଟଚାଲାଣ

(ଭୁବନେଶ୍ୱର) : ଅମାନିଆଙ୍କ ପାଇଁ କଡ଼ା କଡ଼ି ହେଉଛି ଟ୍ରାଫିକ ବ୍ୟବସ୍ଥା। । ଟ୍ରାଫିକ୍‌ ସିଗନାଲ୍‌ ଡେଇଁ ଖସିଯିବା ଆଉ ସହଜ ହେବନି। କେବଳ ସେତିକି ନୁହେଁ ନାକେଦମ ହେବା ସହ ତଣ୍ଡ ବି ଗଣିବେ। ଟ୍ରାଫିକ୍‌ ସିଗନାଲ୍‌ ଭାଙ୍ଗୁଥିବା ଅମାନିଆଙ୍କ ପାଇଁ ଏପରି କଡ଼ା ନିୟମ କରିଛି ଭୁବନେଶ୍ୱର ଟ୍ରାଫିକ ପୁଲିସ୍‌ । ରାଜଧାନୀରେ ଟ୍ରାଫିକ ପୋଷ୍ଟର ରେଡ୍ ସିଗ୍ନାଲ ଡେଇଁଲେ କେବଳ ଯେ ୩ ମାସ ଯାଏଁ ଡ୍ରାଇଭିଂ ଲାଇସେନ୍ସ ବା DL ବାତିଲ୍ ହେବ ତା ନୁହେଁ, ଗାଡ଼ିକୁ ସିଧାସଳଖ କୋର୍ଟଚାଲାଣ କରାଯିବ। ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଏହି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ଟ୍ରାଫିକ ସଚେତନତାକୁ ଜୋରଦାର କରିବାକୁ ଯାଇ ଏପରି ନୂଆ ଅଭିଯାନ ଆରମ୍ଭ କରିଛି କମିଶନରେଟ ପୁଲିସ୍‌। ଏହି କ୍ରମରେ ଅଭ୍ୟାସଗତ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ। ରାଜଧାନୀର ପ୍ରବେଶ ପଥ ତଥା ଜନଗହଳିପୂର୍ଣ୍ଣ ଟ୍ରାଫିକ ଛକରେ ପ୍ରଥମେ ଏହି ନିୟମକୁ କଡ଼ାକଡ଼ି କରାଯାଇଛି।

Related posts

୩ଶହ ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା; ୨୮୦ କରୋନା ଆକ୍ରାନ୍ତ ଚିହ୍ନଟ୍ର

mahabharatanews

ସାନ୍ତାଳୀ ସାମ୍ବାଦିକ ଫୋରମ ପକ୍ଷରୁ ରାଷ୍ଟ୍ରପତିଙ୍କ ଲାଗି ସାଧାରଣ ସଭା

mahabharatanews

ଅସହାୟ ମହିଳାଙ୍କୁ ନିଜ ଘରକୁ ପଠାଇ ଉଦାହରଣ ସାଜିଲେ ସୋନପୁର ଆରକ୍ଷି ଅଧିକ୍ଷକ

mahabharatanews