ଓଡିଶା

ଜର୍ଟି ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନ ଚ୍ୟୁତ

କୋରାପୁଟ: ମାଲବାହୀ ଟ୍ରେନ ଲାଇନଚ୍ୟୁତ । କୋରାପୁଟ ଜର୍ଟି ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନ ଚ୍ୟୁତ ହୋଇଛି । ଟ୍ରେନର ୧୩ଟି ବଗି ଲାଇନଚ୍ୟୁତ ହୋଇଛି । କିରଣ୍ଡୁଲରୁ ବିଶାଖାପାଟଣା ଯିବା ବେଳେ ଜର୍ଟି ଷ୍ଟେସନରେ ଦୁର୍ଘଟଣା ଘଟିଥିବା କୋରାପୁଟ ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି।
ଆଜି ଭୋର ପ୍ରାୟ ୪.୩୦ ମିନିଟ‌ରେ ମାଳିଗୁଡ଼ା ଟନେଲ୍‌ ମଧ୍ୟବର୍ତ୍ତୀ ଇଲାକାରେ ଲାଇନଚ୍ୟୁତ ହୋଇଥିଲା। ଟ୍ରେନ ଲାଇନଚ୍ୟୁତ ହେବାରୁ ଏହି ଟ୍ରାକରେ ଅନ୍ୟ ସବୁ ଟ୍ରେନ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ରେଳବାଇ ପକ୍ଷରୁ ମରାମତି କାର୍ୟ୍ୟ ଚାଲିଛି। ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ୟ୍ୟ ସମ୍ପୂର୍ଣ୍ଣ ହେବ ବୋଲି ରେଳବାଇ ଅଧିକାରୀମାନେ କହିଛନ୍ତି।

 

Related posts

୨୧ଟି ନୂଆ ବସ୍‌ଷ୍ଟାଣ୍ଟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

mahabharatanews

ପ୍ରମୋଦ ପତି ଫାଉଣ୍ଡେସନ ପକ୍ଷରୁ ଜଳଚତ୍ର ବଣ୍ଟନ

mahabharatanews

ଆଜିଠୁ ରୋପୱେର ମଜା ନେଇପାରିବେ ପର୍ଯ୍ୟଟକ 

mahabharatanews