(ଗୋପ/ ଜୟନ୍ତ ସେଠୀ): ଆସନ୍ତା ମାର୍ଚ୍ଚ ୩ ଓ ୪ ତାରିଖରେ କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗାରେ ଆୟୋଜିତ ହେବ ବିଜୁ ଜନତା ଦଳର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର। ଏନେଇ କୋଣାର୍କ ଯାତ୍ରୀନିବାସ ଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି ସମ୍ମିଳନୀରେ ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ଆଗମୀ ଦିନରେ ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରକୁ ଓଡିଶା ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରିବେ। ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରକୁ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରିଚାଳନା କରିବାର ସ୍ଥିର କରାଯାଇଛି। ଏହି ବିଶାଳ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀ ଅରୁଣ ସାହୁ, ପ୍ରତାପ ଦେବ, ପୁରୀ ଜିଲ୍ଲା ସଭାପତି ମହେଶ୍ବର ମହାନ୍ତି, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବାପି ରାୟ, ଦେବୀ ରଞ୍ଜନ ତ୍ରିପାଠୀ,ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ଉକ୍ତ କାର୍ୟ୍ୟକ୍ରମରେ ଦଳୀୟ କର୍ମକର୍ତ୍ତା, ମହିଳା ସଂଗଠନର ପଂଚାୟତ ସ୍ତରୀୟ କର୍ମକର୍ତ୍ତା, ଯୁବ, ଛାତ୍ର, କୃଷକ, ଦଳିତ, ସଂଖ୍ୟା ଲଘୁ ଆଦି ଛାମୁଆ ସଂଗଠନର କାର୍ୟ୍ୟକର୍ତାଙ୍କୁ ପ୍ରଶିକ୍ଷଣ ସହିତ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଦ୍ଧିଜୀବି ମାନଙ୍କର ଗୁରୁତ୍ୱପୂର୍ଣ୍ଣ ମୂଲ୍ୟବାନ ପରାମର୍ଶ ନିମନ୍ତେ ବିଧି ବ୍ୟବସ୍ଥା ନିର୍ଣ୍ଣୟ କରାଯାଇ ଅଧିବେଶନ ପ୍ରସ୍ତୁତ କରାଯାଇଛି।
Be sure to discuss your lifestyle and hearing needs with your audiologist, who will be happy to review your hearing assistive technology options with you. cialis price The process was smooth.
