ଓଡିଶା

ଭୁବନେଶ୍ୱରରେ ପହଞ୍ଚିଲା ସହିଦ ଯବାନଙ୍କ ମରଶରୀର

ଭୁବନେଶ୍ୱର: ଗଲଓ୍ଵାନରେ ଭାରତ ଚୀନ ରକ୍ତାକ୍ତ ସଂଘର୍ଷରେ ସହିଦ ହୋଇଥିବା ୨ ଜଣ ଓଡ଼ିଆ ଯବାନଙ୍କ ମରଶରୀର ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛି। ସେନାର ଏକ ସ୍ୱତନ୍ତ୍ର ବିମାନରେ ଯବାନଙ୍କ ମରଶରୀର ପହଞ୍ଚିବା ସମୟରେ ରାଜ୍ୟପାଳ ଡ. ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ତିନି ସେନାର ଉଚ୍ଚ ଅଧିକାରୀ, ପୁଲିସ ଓ ବହୁ ରାଜନେତା ଉପସ୍ଥିତ ଥିଲେ। ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ସହିଦଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏହା ପରେ ସହିଦ ଯବାନଙ୍କ ମରଶରୀର ସେମାନଙ୍କ ଜନ୍ମମାଟି କନ୍ଧମାଳ ଓ ମୟୂରଭଂଜ ଅଭିମୁଖେ ଯିବ । ଗାଁ ମଶାଣିରେ ଉଭୟଙ୍କୁ ରାଷ୍ଟ୍ରୀୟ ମର୍ୟ୍ୟାଦାର ସହ ଶେଷ ସଲାମ ଦିଆଯିବା ପରେ ଶେଷକୃତ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି ।

Related posts

ଦୁଇ ବଖରା ପୋଡି ପାଉଁଶ

mahabharatanews

ନିଜେ ଚୋର ହୋଇ ଲୁଟ ହେଇଥିବା ଅଭିଯୋଗ କଲେ

mahabharatanews

ମୃତ ବ୍ୟକ୍ତିଙ୍କ ନାମରେ ଧାନ ବିକୁଛି ଦଲାଲ

mahabharatanews