ଓଡିଶା

ପାନୀୟ ଜଳ ସମସ୍ୟା ଦୂର କରିବାକୁ ଟ୍ରୋଲ ଫ୍ରି ନମ୍ବର ଜାରି

ଭୁବନେଶ୍ୱର: ଖରାଦିନେ ସ୍ୱଚ୍ଛ ପାନୀୟ ଜଳ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜି ସରକାରଙ୍କ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଏହି ନମ୍ବର ଜାରି କରାଯାଇଛି । ଯେଉଁ ଅଞ୍ଚଳରେ ପିଇବା ପାଣିର ସମସ୍ୟା ଥିବ ସେମାନେ ଏହି ନମ୍ବରରେ ଯୋଗାଯୋଗ କରି ଅସୁବିଧା ଜରାଇବାକୁ କୁହାଯାଇଛି । ଏହା ବ୍ୟତୀତ ଯେଉଁ ଅଞ୍ଚଳରେ ପାନୀୟ ଜଳର ସମସ୍ୟା ନାହିଁ, ସେଠାରେ ବଡ ଟ୍ୟାଙ୍କର ଓ ଟାଙ୍କି ସାହାଯ୍ୟରେ ଜଳ ଯୋଗାଣ କରିବେ ସରକାର । କୌଣସି ଅଭିଯୋଗ ଆସିଲେ ପଦକ୍ଷେପ ନେବା ପାଇଁ ଇଞ୍ଜିନିୟର, ଡିଭିଜନ ଅଫିସ, ସବଡିଭିଜନ ଅଫିସ ଓ ଜେଇ ଅଫିସରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ସହରାଂଚଳରେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ନଳକୂପ ମରାମତି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Related posts

ଜିଲ୍ଲାପାଳଙ୍କର ଆଇନଗତ କାର୍ଯ୍ୟାନୁଷ୍ଠାନ କ୍ଷମତା ରହିଛି: ହାଇକୋର୍ଟ

mahabharatanews

 ମାଞ୍ଜା ସୂତା ବ୍ୟବହାର କରିବା ଆଇନତଃ ଦଣ୍ଡନୀୟ

mahabharatanews

ବାଲୁକା କଳାରେ ବିଜୁବାବୁଙ୍କୁ ‘ଭାରତ ରତ୍ନ’ ଦେବାକୁ ନିବେଦନ

mahabharatanews

Leave a Comment