(ଦିଲ୍ଲୀ) : ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସେଠାରେ କୋଭିଡ୍-୧୯ ଭାଇରସ୍ର ଏକ ନୂଆ ଭାରିଆଣ୍ଟକୁ ଚିହ୍ନଟ କରାଯାଇଥିବା ଦାବି କରିଛି । ହାଲ୍କା ଜ୍ୱର, ମାଂସପେଶୀରେ ଯନ୍ତ୍ରଣା, ମୁଣ୍ଡ ବ୍ୟଥା ପ୍ରଭୃତି ଏହାର ଲକ୍ଷଣ । ଏପର୍ଯ୍ୟନ୍ତ ସେଥିଯୋଗୁ ୨ ଜଣ ଲୋକ ସଂକ୍ରମିତ ହୋଇଛନ୍ତି ।
ସୂଚନାନୁଯାୟୀ , ସେମାନେ ବୁଧବାର ସ୍ୱଦେଶକୁ ଫେରିଥିଲେ । ବେନ୍ ଗୁରିୟନ୍ ବିମାନବନ୍ଦରରେ କରୋନା ଯାଞ୍ଚ ସମୟରେ ସେମାନଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ସମ୍ଭବତଃ ଏହି ଭାରିଆଣ୍ଟ ଇସ୍ରାଏଲ୍ରେ ଉତ୍ପନ୍ନ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶକ ଜେନେରାଲ ନାଚମ୍ୟାନ୍ ଏସ୍ କହିଛନ୍ତି। ଏ ନେଇ ଅଧିକ ଗବେଷଣାର ଆବଶ୍ୟକତା ଥିବା ସେ ଦର୍ଶାଇଛନ୍ତି । କରୋନାର ଏହି ନୂଆ ଭାରିଆଣ୍ଟ ଓମିକ୍ରନ୍ର ସବ୍ ଭାରିଆଣ୍ଟ ବିଏ.୧ ଓ ବିଏ.୨ର ମିଶ୍ରଣରେ ସୃଷ୍ଟି ହୋଇଛି । ବର୍ତ୍ତମାନ ଆନୁଷ୍ଠାନିକ ଭାବେ ଏହାର କୌଣସି ନାମ ରଖାଯାଇନାହିଁ ।
