ବିଶ୍ୱ

ଲାହୋରରେ ସିରିଜ ବିସ୍ଫୋରଣ: ୫ ମୃତ

ଇସଲାମାବାଦ: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ପାକିସ୍ତାନର ଲାହୋରରେ ଗୁରୁବାର ସିରିଜ ବିସ୍ଫୋରଣ ହୋଇଛି । ଲାହୋର ଗେଟ ନିକଟ ଅନାରକଲି ବଜାରରେ ଏହି ବିସ୍ଫୋରଣ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି ।
ବିସ୍ଫୋରଣରେ ଆଖପାଖ ଅଞ୍ଚଳ ଥରି ଉଠିଥିଲା । ସେଠାର ବହୁ ଦୋକାନ ଓ କୋଠା ଏଥିରେ କ୍ଷତିଗ୍ରସ୍ତ ହୋଇଛି । ସେଠାରେ ଠିଅ।।ହୋଇଥିବା ଯାନବାହନ ଭାଙ୍ଗୁରୁଜି ଯାଇଛି । ବିସ୍ଫୋରଣରେ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖାଯାଇଛି । ତେବେ ବିସ୍ଫୋରଣ କେଉଁ ସଂଗଠନ କଣ ପାଇଁ କରିଛି ତାକୁ ନେଇ ତଦନ୍ତ ଚାଲିଛି ।

Related posts

VIDEO : ଶାଢ଼ୀ-ବ୍ଲାଉଜ, ପଙ୍ଖା, ବତକ…….. ହସିନାଙ୍କ ଘର ଲୁଟିଲେ ବିକ୍ଷୋଭକାରୀ

mahabharatanews

ଯୁଦ୍ଧ ବିରୁଦ୍ଧରେ ମନ୍ତବ୍ୟ ଦେଇ ଲାଇଭ ଟିଭି ସୋରେ ପ୍ରବେଶ କଲେ ରୁଷ ମହିଳା

mahabharatanews

ନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

mahabharatanews