ରାଜନୀତି

ରାମ ମନ୍ଦିର ଭୂମି ପୂଜା ଉତ୍ସବରେ ଯୋଗ ଦେବେନି ଉମା ଭାରତୀ

(ନୂଆଦିଲ୍ଳୀ): ଆସନ୍ତା ୫ ତାରିଖରେ ଅଯୋଧ୍ୟା ଠାରେ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତ୍ରୀ ଉମା ଭାରତୀ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି । କାର୍ଯ୍ୟକ୍ରମ ସମାପ୍ତ ହେବା ପରଦିନ ସେ ମନ୍ଦିର ପରିଦର୍ଶନ କରିବେ ବୋଲି କହିଛନ୍ତି । ତେବେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତର ପ୍ରଦେଶର ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂ କରୋନା ସଂକ୍ରମିତ ହେବା ପରେ ତାଙ୍କର ଚିନ୍ତା ବଢି ଯାଇଛି । ଏଣୁ ସେ ଭୁମି ପୂଜା କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି । ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମ ବେଳେ ସେଠାରେ ଉପସ୍ଥିତ ଲୋକଙ୍କ ପାଇଁ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସେ ଚିନ୍ତିତ ଥିବା ଟୁଇଟ୍ କରି କହିଛନ୍ତି । ଏଣୁ ତାଙ୍କ ନାମକୁ ସ୍ଥାପନା ସମାରୋହ କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥିମାନଙ୍କ ତାଲିକାରୁ ହଟାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅପିଲ କରିଛନ୍ତି ।

Related posts

ଜିଲ୍ଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ସଚେତନତା କାର୍ଯ୍ୟକ୍ରମ

mahabharatanews

ଆରମ୍ଭ ହେଲା ମତଦାନ, ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଲକ୍ ହେବ

mahabharatanews

ଗିରଫ ହୋଇଛନ୍ତି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ପୁଅ

mahabharatanews