(ମଧ୍ୟପ୍ରଦେଶ) : ସଡକ ଦୁର୍ଘଟଣାର ଶିକାର ହେଲେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ । ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡାରେ ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ଫଳରେ କେନ୍ଦ୍ରମନ୍ତ୍ରୀଙ୍କ ସହ ୫ ଜଣ ଆହତ ହୋଇଥିବା ବେଳେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏୟାର ବ୍ୟାଗ୍ ଖୋଲିଯିବାରୁ କେନ୍ଦ୍ର ମନ୍ତ୍ରୀ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।
ସୂଚନାନୁଯାୟୀ , ଏଥିରେ ୩୫ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ଭୁଲ ପାର୍ଶ୍ୱରୁ ଆସୁଥିବା ମୋଟରସାଇକେଲ ଚାଳକଙ୍କ ସହ ତାଙ୍କ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା । ମ୍ୟାକ୍ସୱେଲଙ୍କ ବିସ୍ଫୋରକ ୨୦୦ ରନ, ଆଫଗାନିସ୍ତାନକୁ ହରାଇ ସେମିରେ ଅଷ୍ଟ୍ରେଲିଆ ଅମରୱାଡା ପୋଲିସ ଷ୍ଟେସନ ଅନ୍ତର୍ଗତ ସିଙ୍ଗୋଡି ବାଇପାସରେ ଏହି ଦୁର୍ଘଟଣା ଘଟିଛି । ପଟେଲ ଛିନ୍ଦୱାଦା ଠାରୁ ନରସିଂହପୁର ଅଭିମୁଖେ ସେ କାରରେ ଯାଉଥିଲେ । ଏହାପରେ ରାସ୍ତାରେ ଏକ ବାଇକ୍ ଆସିଲା।