(ବାଲେଶ୍ଵର) : ବାଲେଶ୍ୱରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ନୀଳଗିରି ଗୋପୀନାଥ ଠାରେ ନୂଆ ରେଲୱେ ଷ୍ଟେସନର ଶୁଭାରମ୍ଭ କରିବା ସହ ବେତନଟୀରେ ସବ୍ ୱେ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହା ପୂର୍ବରୁ କ୍ଷୀରଚୋରା ଗୋପୀନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କଲେ କେନ୍ଦ୍ର ରେଳ ମନ୍ତ୍ରୀ ।
ସୂଚନା ଅନୁସାରେ, ଆଜି କେନ୍ଦ୍ର ରେଳମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବାହାରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେହିପରି ଆଜି କ୍ଷୀରଚୋରା ଗୋପିନାଥ ମନ୍ଦିରର ଯାତ୍ରୀନିବାସ ପାଇଁ ୫୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଏହା ସହ ସେ ମନ୍ଦିରର ସୁବିଧା ଅସୁବିଧା ବିଷୟରେ ମଧ୍ୟ ପଚାରି ବୁଝିଛନ୍ତି । ଆଦି ଏହାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ୧୦ ହଜାର ଅଞ୍ଚଳବାସୀ ଏହି ଶୁଭ ମୁହୂର୍ତ୍ତରେ ଉପସ୍ଥିତ ରହିବା ନେଇ ସୂଚନା ରହିଛି । ଆଜି ଏହି ପାସେଞ୍ଜର ଟ୍ରେନକୁ ସୁସଜ୍ୱିତ କରାଯାଇଛି, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ଲୋକାର୍ପିତ କରିବେ ଏହି ସମୟରେ ତାଙ୍କ ସହ ବାଲେଶ୍ୱର ସାଂସଗ ପ୍ରକାପ ଷଡ଼ଙ୍ଗୀ, ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ମଧ୍ୟ ଉପସ୍ଥିତି ରହିବେ ।