ଓଡିଶା

ସୁକିନ୍ଦାରେ ସର୍ଦ୍ଦାର ପଟେଲଙ୍କ ପାଇଁ ଏକତା ପଦଯାତ୍ରା

ଇଂରେଜମାନେ ଦେଶଛାଡି ଯିବା ସମୟରେ ଖଣ୍ଡବିଖଣ୍ଡିତ କରି ଯାଇଥିବା ଭାରତକୁ ଏକାଠି କରି ଏକସୂତ୍ରରେ ବାନ୍ଧି ରଖିଥିବା ଭାରତର ଲୌହମାନବ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ସାରା ଭାରତରେ ପାଳନ କରାଯାଉଛି । ସେହି ଉପଲକ୍ଷେ ଆଜି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକରେ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ସୁକିନ୍ଦା ଥାନା ସମ୍ମୁଖ ଗୁଣ୍ଡିଚାବାଡ଼ି ଦୋଳମଣ୍ଡପ ନିକଟରୁ ପଯାତ୍ରା ଆରମ୍ଭ ହୋଇ ଖରଡ଼ି ସ୍କୁଲ ପର୍ୟ୍ୟନ୍ତ ଚାଲିଥିଲା । ଏହି ପଦଯାତ୍ରାରେ ମୁଖ୍ୟ ଅତିଥିଭାବେ ଓଡିଶା ସମବାୟ, ହସ୍ତତନ୍ତ,ହସ୍ତଶୀଳ୍ପ ଓ ବୟନ ମନ୍ତ୍ରୀ ତଥା ସୁକିନ୍ଦାର ସୁଯୋଗ୍ୟ ସନ୍ତାନ ଓ ବିଧାୟକ ଡାକ୍ତର ପ୍ରଦୀପ ବଳ ସାମନ୍ତ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ସାଂସଦ ରବୀନ୍ଦ୍ର କୁମାର ବେହେରା, ଯାଜପୁର ଯୁବମୋର୍ଚ୍ଚାର ସଭାପତି ବିଶ୍ୱଜିତ ରାଜ, ଯାଜପୁର ବିଜେପି ମହିଳା ସଭାପତି ଦେବଯାନୀ ପ୍ରଧାନ, ଯାଜପୁର ଏଡିଏମ ଯୁଧିଷ୍ଠିର ନାୟକ, ସୁକିନ୍ଦା ବିଡିଓ ପ୍ରଜ୍ଞା ପାରମିତା ପୃଷ୍ଟି, ମନ୍ତ୍ରୀଙ୍କ ସାନଭାଇ ରମଣୀ ରଞ୍ଜନ ବଳ ସାମନ୍ତ ଯୋଗଦେଇଥିଲେ, ପ୍ରଥମେ ମନ୍ତ୍ରୀ ଓ ସାଂସଦ ପ୍ରଦୀପ ପ୍ରଜ୍ୱଳନ କରି ଏବଂ ପତାକା ଦେଖାଇ ଏହି ଏକତା ପଦଯାତ୍ରାର ଶୁଭାରମ୍ଭ କରିଥିଲେ, ପାଖାପାଖି ଦଶ କିଲୋମିଟରର ଏହି ପଦଯାତ୍ରାରେ ସୁକିନ୍ଦା କଲେଜର ଛାତ୍ରୀଛାତ୍ର ଏବଂ ବ୍ଲକର ବିଜେପି କର୍ମୀମାନେ ଯୋଗ ଦେଇଥିଲେ, ବିଭିନ୍ନ ସ୍କୁଲର ପିଲାମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ, ସମସ୍ତ ଅତିଥିମାନେ ସର୍ଦାର ପଟେଲ ବିଷୟରେ ଉପସ୍ଥିତ ଛାତ୍ରୀଛାତ୍ର ଓ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ, ଏହି କାର୍ୟ୍ୟକ୍ରମକୁ ସରସ ସୁନ୍ଦର ଓ ଶୃଙ୍ଖଳାର ସହିତ ପରିଚାଳନା କରିବାରେ ସୁକିନ୍ଦା ପୋଲିସ ସହଯୋଗ କରିଥିଲେ ।

Related posts

ଆଜି ଆଉ ୧୨୦ ସୁସ୍ଥ, ମୋଟ ସୁସ୍ଥଙ୍କ ସଂଖ୍ୟା ୨୯୭୪

mahabharatanews

ଗିରଫ ହୋଇଛନ୍ତି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ପୁଅ

mahabharatanews

ବ୍ରାଉନ ସୁଗାର ଜବତ କଲା ସୋର ପୁଲିସ

mahabharatanews