ମନୋରଞ୍ଜନ

ଫିଲ୍ମ‘ଦ ଲିଜେଣ୍ଡ’ର ଟ୍ରେଲର୍‌ ରିଲିଜ,ନିଜ ଲୁକରେ ଘାଇଲା କଲେ ଉର୍ବଶୀ

ମୁମ୍ବାଇ) : ବଲିଉଡରେ ନିଜର ହଟଲୁକ ସହ ପ୍ରଭାବଶାଳୀ ଅଭିନୟ ପାଇଁ ସବୁବେଳେ ଆଗଧାଡ଼ିରେ ରହିଥାନ୍ତି ଅଭିନେତ୍ରୀ ଉର୍ବଶୀ ରୌତେଲା ।  ଏବେ ପୁଣି ଥରେ ନିଜର ନିଆରା ଲୁକ୍‌ ଜରିଆରେ ଫ୍ୟାନ୍‌ଙ୍କ ହୃଦୟ ଜିତିଛନ୍ତି । ପ୍ରଥମ ତାମିଲ ଫିଲ୍ମ ‘ଦ ଲିଜେଣ୍ଡ’ର ଟ୍ରେଲର୍‌ ଲଞ୍ଚ୍‌ ସମୟରେ ଉର୍ବଶୀ କାଞ୍ଜିବରମ୍‌ ଶାଢ଼ିରେ ମଞ୍ଚକୁ ଓହ୍ଲାଇଥିଲେ । ପାରମ୍ପରିକ ପୋଷାକ ସହିତ ଗହଣା ତାଙ୍କ ଲୁକ୍‌କୁ ଚମତ୍କାର ଲୁକ ପ୍ରଦାନ କରୁଥିଲା । ଟ୍ରେଲର୍‌ ଲଞ୍ଚ୍‌ରେ ୫୦ ହଜାର ଲୋକଙ୍କ ସମ୍ମୁଖରେ ଉର୍ବଶୀ ପ୍ରଦର୍ଶନ କରିଥିଲେ ।

‘ଦ ଲିଜେଣ୍ଡ’ ଅନ୍ୟତମ ବହୁଭାଷୀ ଫିଲ୍ମ, ଯାହା ୨୦୦ କୋଟି ବଜେଟ୍‌ରେ ପ୍ରସ୍ତୁତ ହୋଇଛି । ଏହି ଫିଲ୍ମ ଜରିଆରେ ବହୁଭାଷୀ ଫିଲ୍ମରେ ଅଭିନୟ କରିବାର ସ୍ୱପ୍ନ ପୂରଣ ହୋଇଛି ବୋଲି ଟ୍ରେଲର୍‌ ଲଞ୍ଚ୍‌ ସମୟରେ ଉର୍ବଶୀ କହିଛନ୍ତି । ଫିଲ୍ମରେ ପ୍ରେମ, ହାସ୍ୟରସ, ଆକ୍ସନ୍‌ ସମେତ ଅନେକ ଟ୍ୱିଷ୍ଟ ରହିଛି । ଏଥିରେ ଉର୍ବଶୀ ଜଣେ ମାଇକ୍ରୋବାୟୋଲୋଜିଷ୍ଟ ଭୂମିକା ନିର୍ବାହ କରିଛନ୍ତି ।

ସୂଚନାନୁଯାୟୀ , ବିଶ୍ୱସ୍ତରରେ ଅନେକ କୃତିତ୍ୱ ହାସଲ କରି ଉର୍ବଶୀ ସର୍ବଦା ଲାଇମ୍‌ଲାଇଟ୍‌ରେ ରହିଛନ୍ତି । ନିକଟରେ ସ୍ମାଇଲ୍‌ ଟ୍ରେନ୍‌ ଫାଉଣ୍ଡେସନ୍‌ ପାଇଁ ସେ ପ୍ରଥମ ବିଶ୍ୱସ୍ତରୀୟ ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ ହୋଇଛନ୍ତି । ନିକଟରେ ଶେଷ ହୋଇଥିବା କାନ୍‌ ଫିଲ୍ମ ମହୋତ୍ସବରେ ସେ ରେଡ୍‌ କାର୍ପେଟ୍‌କୁ ଓହ୍ଲାଇଥିଲେ । ନିଜର ଦମ୍‌ଦାର ଲୁକ୍‌ ଜରିଆରେ ଦର୍ଶକଙ୍କୁ ସେ ମତୁଆଲା କରିଥିଲେ ।

Related posts

ବିବାହ କରିବେ ପୁଲକିତ ସମ୍ରାଟ – କ୍ରିତି ଖରବନ୍ଦା

mahabharatanews

ରେକର୍ଡ କଲା ଫିଲ୍ମ ‘ପୁଷ୍ପା’; ୭ ମିଲିୟନ୍ ଲାଇକ୍ 

mahabharatanews

ଅଭିନେତା ମନସୁର ଅଲି ଖାନ୍ ଫେରାର 

mahabharatanews