ମନୋରଞ୍ଜନ

ରେକର୍ଡ କଲା ଫିଲ୍ମ ‘ପୁଷ୍ପା’; ୭ ମିଲିୟନ୍ ଲାଇକ୍ 

(ମୁମ୍ବାଇ) : ହିଟ ଲିଷ୍ଟରେ  ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା-୨ : ଦି ରୁଲ୍’ର ଫାର୍ଷ୍ଟ ଲୁକ୍ । ନିକଟରେ ରିଲିଜ୍ ହୋଇଥିବା ଏହି ପୋଷ୍ଟ ଇନଷ୍ଟାଗ୍ରାମରେ ୭ ମିଲିୟନ୍ ଲାଇକ୍ ମିଳିଛି। ଆଇକନ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଫାର୍ଷ୍ଟ ଲୁକ୍ ପୋଷ୍ଟର ସାମ୍ନାକୁ ଆସିଥିଲା।‘ମୈତ୍ରୀ ମୁଭି ମେକର୍ସ’ ପକ୍ଷରୁ ସେୟାର କରାଯାଇଛି। ଏଥିରେ ଦାବି କରାଯାଇଛି କି  ଇନଷ୍ଟାଗ୍ରାମରେ ୭ ମିଲି୍ୟନ୍ ଲାଇକ ପାଇଥିବା ପ୍ରଥମ ଭାରତୀୟ ଫାର୍ଷ୍ଟ ଲୁକ୍ ପୋଷ୍ଟର ମାନ୍ୟତତା ପାଇଛି ଅର୍ଜୁନଙ୍କ ‘ପୁଷ୍ପା ୨ : ଦି ରୁଲ୍’।

 

ସୂଚନାନୁଯାୟୀ ,  ପ୍ରଥମ ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ ନାହିଁ ନଥିବା ସଫଳତା ପାଇବା ପରେ ପ୍ରଯୋଜକ-ନିର୍ଦ୍ଦେଶକ ଏହାର ସିକ୍ବେଲ୍ ନିର୍ମାଣ କରିଛନ୍ତି।  ଓଡ଼ିଶାରେ ଲାଲ ଚନ୍ଦନ କାଠ ଚୋରା ଚାଲାଣ ସୁଟିଂ ହୋଇଥିଲା  । ସୁକୁମାରଙ୍କ ନିର୍ଦ୍ଦେଶିତ ‘ପୁଷ୍ପା-୨: ଦିରୁଲ’ରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା, ଫହାଦ ଫସିଲ ପ୍ରମୁଖ ଅଭିନୟ କରିଛନ୍ତି।

Related posts

ବଲିଉଡ୍‌ ଅଭିନେତା ଶ୍ରେୟସ୍ ହୃଦ୍‌ଘାତରେ ପୀଡ଼ିତ

mahabharatanews

 ଦ୍ବିତୀୟ ଅତିଥି ଅପେକ୍ଷାରେ ବିରାଟ ଓ ଅନୁଷ୍କା

mahabharatanews

୧୬ରେ ପରଦାକୁ ଆସିବ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’

mahabharatanews