ମନୋରଞ୍ଜନ

ହାତକୁ ଦି ହାତ ହେବେ ଲାବନ୍ୟା ଓ ବରୁଣ

(ମୁମ୍ବାଇ) : ହାତକୁ ଦି ହାତ ହେବେ ଅଭିନେତ୍ରୀ ଲାବନ୍ୟା ତ୍ରିପାଠୀ ଓ ବରୁଣ । ଚଳିତ ବର୍ଷ ଜୁନ୍ ୯ରେ ଅଭିନେତ୍ରୀ ଲାବନ୍ୟା ତ୍ରିପାଠୀଙ୍କ ସହ ନିର୍ବନ୍ଧ କରିଥିଲେ ବରୁଣ। ନିର୍ବନ୍ଧ ସରିବା ପରେ ନଭେମ୍ବରରେ ଦୁହେଁ ବିବାହ କରିବେ ବୋଲି ଜଣାପଡ଼ିଛି। ନଭେମ୍ବର ୧ରେ ଦୁହେଁ ଇଟାଲୀରେ ବିବାହ କରିବେ । ଉଭୟଙ୍କ ପରିବାର ସମେତ ବରୁଣ ଓ ଲାବନ୍ୟା ମଧ୍ୟ ଇଟାଲୀରେ ପହଞ୍ଚିସାରିଥିବା ଜଣାଯାଇଛି।

ସୂଚନାନୁଯାୟୀ , ଉପାସନା ଫଟୋ ସେୟାର କରି ତାଙ୍କ ପରିବାର ଛୁଟି କଟାଇବାକୁ ଇଟାଲୀ ଯାଇଥିବା ଲେଖିଛନ୍ତି। ତେବେ ବରୁଣ ତେଜ ଏବଂ ଲାବନ୍ୟା ତ୍ରିପାଠୀ ୨୦୧୬ରେ ଫିଲ୍ମ ‘ମିଷ୍ଟର’ର ସୁଟିଂ ସେଟରେ ପରସ୍ପରକୁ ଭେଟିଥିଲେ(ଯାହା ୨୦୧୭ରେ ମୁକ୍ତିଲାଭ କରିଥିଲା)। ଦୁହେଁ ଏହି ଫିଲ୍ମର ସୁଟିଂ ସମୟରେ ପରସ୍ପର ସହ ବନ୍ଧୁତା କରିଥିବା ବେଳେ ପରେ ଏହା ଭଲପାଇବାରେ ପରିଣତ ହୋଇଥିଲା।

Related posts

ଆସୁଛି ଶାହାରୁଖଙ୍କ ଚଳିତ ବର୍ଷର ତୃତୀୟ ଚଳଚ୍ଚିତ୍ର ‘ଡଙ୍କି’ 

mahabharatanews

ରିଲିଜ ହେଲା ରାଜ କୁନ୍ଦ୍ରାଙ୍କ ବାୟୋପିକର ଟ୍ରେଲର 

mahabharatanews

 ୮୧ତମ ଜନ୍ମଦିନରେ କାନ୍ଦିଲେ ବିଗ୍‌ ବି

mahabharatanews