ବହୁ କସରତ ପରେ ଶେଷରେ TVKକୁ ସମର୍ଥନ ଜଣାଇଛି VCK(ଚିରୁଥାଇଗଲ କଟାଚି)। ତାମିଲନାଡ଼ୁରେ ବିଜୟ ସରକାର ଗଠନ ନେଇ ପଥ ପରିଷ୍କାର ହୋଇଛି। VCKର ସମର୍ଥନ ସହ ବିଜୟଙ୍କ ପାଖରେ ୧୧୮ ବିଧାୟକଙ୍କ ସମର୍ଥନ ମିଳିଛି। ଏବେ ପୁଣି ଥରେ ଲୋକଭବନ ଯାଇ ସରକାର ଗଢିବା ପାଇଁ ଦାବି ଉପସ୍ଥାପନ କରିବେ ଥାଲାପତି ବିଜୟ। TVK ରାଜ୍ୟ ବିଧାନସଭାରେ ବହୁମତ ପାଇଁ 118 ର ଯାଦୁକରୀ ସଂଖ୍ୟା ଅତିକ୍ରମ କରିଛି। VCK ସଭାପତି ଥୋଲ୍ ଥିରୁମାଭାଲାଭନ୍ TVK ପକ୍ଷରୁ ନିର୍ବାଚନ ପ୍ରଚାର ପରିଚାଳନା କରୁଥିବା ମହାସଚିବ ଆଧବ ଅର୍ଜୁନଙ୍କୁ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ, ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ ତାମିଲନାଡୁରେ TVK ନେତୃତ୍ୱାଧୀନ ସରକାର ଗଠନକୁ ସମର୍ଥନ କରିବ। VCKର ସମର୍ଥନ ସହିତ, ବିଜୟଙ୍କ ନେତୃତ୍ୱରେ ସରକାର ଗଠନ କରିବାର ପଥ ସହଜ ହୋଇଯାଇଛି। ଏବେ ରାଜ୍ୟକୁ ଖୁବ ଶୀଘ୍ର ଥାଲାପତି ବିଜୟଙ୍କ ରୂପେ ନୂଆ ମୁଖ୍ୟମନ୍ତ୍ରୀ ମିଳିପାରେ।
୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବହୁମତ ପାଇଁ ୧୧୮ ଆସନ ଆବଶ୍ୟକ, ଯେତେବେଳେ ଟିଭିକେ ମୋଟ ୧୦୮ଟି ଜିତିଥିଲା। ପାଞ୍ଚ ଜଣ କଂଗ୍ରେସ ବିଧାୟକ, ସିପିଆଇର ଦୁଇଜଣ, ସିପିଆଇ(ଏମ୍)ର ଦୁଇଜଣ ଏବଂ ଭିସିକେର ଦୁଇଜଣଙ୍କ ସମର୍ଥନରେ ଟିଭିକେ ମେଣ୍ଟ ୧୨୧ରେ ପହଞ୍ଚିଛି। ତଥାପି, ବିଜୟ ଦୁଇଟି ଆସନ ଧରିଥିବାରୁ, ତାଙ୍କ ଆସନ ଗୋଟିଏ ବୋଲି ଗଣନା କରାଯାଏ। ପ୍ରଭାବଶାଳୀ ସଂଖ୍ୟା ହେଉଛି ୧୨୦। ଏହା ବିଜୟଙ୍କ ନେତୃତ୍ୱରେ ତାମିଲନାଡୁରେ ଏକ ନୂତନ ସରକାର ପାଇଁ ପଥ ପରିଷ୍କାର କରେ।
ଶନିବାର ସନ୍ଧ୍ୟାରେ ଭିସିକେ ନେତାଙ୍କ ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ବିଜୟଙ୍କ ନୀତି ଓ ଆଦର୍ଶ ରାଜ୍ୟର ବିକାଶ ପାଇଁ ସହାୟକ ହେବ ବୋଲି ଦର୍ଶାଇ VCK ବିନା କୌଣସି ସର୍ତ୍ତରେ TVK କୁ ସମର୍ଥନ ପତ୍ର ହସ୍ତାନ୍ତର କରିଛି। ଏହା ପୂର୍ବରୁ ସମର୍ଥନ ସଂଖ୍ୟା ୧୧୬ ଥିବା ବେଳେ VCK ଓ IUMLS ମିଶିବା ପରେ ଏହା ୧୨୦ରେ ପହଞ୍ଚିଛି, ଯାହା ସରକାର ଗଠନ ପାଇଁ ମ୍ୟାଜିକ ନମ୍ବରଠୁ ୨ ଅଧିକ।
ଚଳିତ ନିର୍ବାଚନ ଫଳାଫଳ ତାମିଲନାଡୁରେ ଦୁଇ ପ୍ରମୁଖ ଶକ୍ତି DMK ଏବଂ AIADMKକୁ ଶକ୍ତ ଧକ୍କା ଲାଗିଛି। ଏହି ଦୁଇ ଦଳକୁ ପଛରେ ପକାଇ ମାତ୍ର କିଛି ମାସ ତଳେ ଗଠିତ ହୋଇଥିବା ବିଜୟଙ୍କ ଦଳ ଏକାକୀ ସଂଖ୍ୟାଗରିଷ୍ଠତା ପାଖାପାଖି ପହଞ୍ଚିବା ଏକ ରାଜନୈତିକ ଚମତ୍କାରଠାରୁ କମ ନ ଥିଲା।
