ଓଡିଶା

ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

(ପୁରୀ) : ପୁରୀ ଶ୍ରୀମନ୍ଦିର ପାଇଁ ପୁଣି ବଡ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଇଏଏସ ଅଫିସର ବୀର ବିକ୍ରମ ଯାଦବ ହେଇଛନ୍ତି ଶ୍ରୀମନ୍ଦିରର ପ୍ରଶାସନର ମୁଖ୍ୟ ପ୍ରଶାସକ ।

ସୂଚନାନୁଯାୟୀ , ରାଜ୍ୟ ସରକାର ତାଙ୍କୁ ବର୍ତ୍ତମାନର ଦାୟିତ୍ୱ ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମଧ୍ୟ ଦାୟିତ୍ୱ ଦେଇଛନ୍ତି । ଏ ସମ୍ପର୍କିତ ନିର୍ଦ୍ଦେଶନାମା ଆଇନ୍ ବିଭାଗ ପକ୍ଷରୁ ଜାରି କରାଯାଇଛି । ତେବେ ୧୯୯୬ ମସିହାର ଏହି ଆଇଏଏସ୍ ଅଫିସର ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱରେ ରହିସାରିଛନ୍ତି । ଆଉ ଏବେ ତାଙ୍କୁ ପୁଣିଥରେ ସେହି ସମାନ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଅଚାନକ ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Related posts

 ୨୧ ସୁଦ୍ଧା ଲଘୁଚାପରେ ସମ୍ଭାବନା

mahabharatanews

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ କରୋନା ପଜିଟିଭ ଚିହ୍ନଟ

mahabharatanews

ସାନିଟାଇଜ ହେଲା ଆଠଗଡ ଅଞ୍ଚଳ

mahabharatanews