(ମୁମ୍ବାଇ) : ବିଦ୍ୟୁତ ଜାମୱାଲ ବଲିଉଡର ଦମଦାର୍ ଲୁକ ପାଇଁ ଆଗ ଧାଡିରେ ରୁହନ୍ତି । ସେ ପ୍ରାୟତଃ ନିଜ ଷ୍ଟଣ୍ଟ ସହିତ ଲୋକଙ୍କୁ ଇମ୍ପ୍ରେସ୍ କରନ୍ତି। ସେ କେବଳ ଦେଶରେ ନୁହେଁ ବରଂ ଦୁନିଆର ଲୋକଙ୍କ ମଧ୍ୟରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ସେ ପୁଣି ଥରେ ଏପରି କିଛି କରିଛନ୍ତି, ଯାହାକୁ ଲୋକମାନେ ଖୁବ୍ ପ୍ରଶଂସା କରୁଛନ୍ତି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଅଭିନେତା ତାଙ୍କ ବିଳାସପୂର୍ଣ୍ଣ କାର ‘ଏଷ୍ଟନ୍ ମାର୍ଟିନ୍ ଡିବି ୯’ ନିକଟରେ ନଜର ଆସିଛନ୍ତି। ପାପାରାଜିକୁ ଦେଖି ସେ ହାତ ହଲାଇ ଫଟୋ କ୍ଲିକ୍ କରିଛନ୍ତି। ଏହି ସମୟରେ ହଠାତ୍ ଜଣେ ଫିନେଲ ଫ୍ୟାନ୍ ତାଙ୍କ ନିକଟକୁ ଆସି ଅଭିନେତାଙ୍କ ପ୍ରତି ନିଜର ଭାବନା ପ୍ରକାଶ କରନ୍ତି । ଅଭିନେତା କେବଳ ତାଙ୍କ ଫ୍ୟାନ୍ସଙ୍କ କଥା ଶୁଣିନାହାଁନ୍ତି ବରଂ ତାଙ୍କୁ ଆଲିଙ୍ଗନ କରି ବ୍ରାଣ୍ଡେଡ୍ କାରରେ ଏକ ଲମ୍ବା ଡ୍ରାଇଭରେ ନେଇଛନ୍ତି। ଯେଉଁଠି ପାଇଁ ସେ ଚର୍ଚାର ବିଷୟ ପାଲଟିଛନ୍ତି ।
ସୂଚନାନୁଯାୟୀ , ଅଭିନେତା ବିଦ୍ୟୁତ ଜାମୱାଲ ତାଙ୍କ ଷ୍ଟଣ୍ଟ ପାଇଁ ପ୍ରସିଦ୍ଧ ଏଥିରେ କୌଣସି ସନ୍ଦେହ ନାହିଁ। ଏହା ସହିତ, ସମୟ ସମୟରେ, ସେ ତାଙ୍କର କୁଲ୍ ଏବଂ ସ୍ୱିଟ୍ ଜେଶ୍ଚର ମଧ୍ୟ ପ୍ରମାଣ ଦିଅନ୍ତି। ବିଶେଷ କରି ଝିଅମାନଙ୍କ ମଧ୍ୟରେ ତାଙ୍କର କ୍ରେଜି ଫ୍ୟାନ୍ ଫଲୋଇଙ୍ଗ ଅଛି।
