ଓଡିଶା

ଜଗତସିଂହପୁର ଧର୍ମାନୁଷ୍ଠାନକୁ ଗ୍ରୀନ ସିଗନାଲ

ଜଗତସିଂହପୁର(ମହାଭାରତ): କୋରୋନା ମହାମାରୀର କବଳରୁ ତ୍ରାହି ପାଇଛି ଜଗତସିଂହପୁର ଜିଲ୍ଲା । ଆସନ୍ତାକାଲିଠୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ମିଳିବ ଅନୁମତି । ଝଙ୍କଡର ମା ଶାରଳା ମନ୍ଦିର ସମେତ ଗୋରଖନାଥ ଏବଂ ଅନ୍ୟାନ୍ୟ ମନ୍ଦିର ଖୋଲିବା ପାଇଁ ଅନୁମତି ମିଳିଛି । ଆସନ୍ତାକାଲିଠୁ ଜିଲ୍ଲାର ସମସ୍ତ ମନ୍ଦିର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ତେବେ ମନ୍ଦିର ଖୋଲିଲେ ମଧ୍ୟ କୋରୋନା କଟକଣା ପାଳନ କରିବା ବାଧ୍ୟତାମୂଳକ ରହିଛି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ମନ୍ଦିରରେ ଦର୍ଶନ କରିବା ସମୟରେ ଭକ୍ତଙ୍କ ମଧ୍ୟରେ ଭିଡ ନ କରିବା ସହିତ କୋରୋନା କଟକଣା ମାନିବା ନେଇ ଗୁରୁତ୍ୱ ଦିଆଯିବ । ଦର୍ଶନ ସମୟରେ ମାସ୍କ ଓ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯିବା ସହିତ ଗର୍ଭଗୃହକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ବାରଣ କରାଯାଇଛି । ଥଣ୍ଡା, କାଶ ଆଦି ଲକ୍ଷଣ ଥିବା ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ମନା ହୋଇଥିବା ବେଳେ ସନ୍ଧ୍ୟା ଆଳତୀ ପୂର୍ବରୁ ମନ୍ଦିର ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।

Related posts

ରାଜଧାନୀକୁ ପଶି ଆସିଥିବା ହାତୀକୁ ଟ୍ରାଙ୍କୁଲାଇଜ ପରେ ଚନ୍ଦକା ସ୍ଥାନାନ୍ତର

mahabharatanews

ବିଶିଷ୍ଟ ଶିକ୍ଷାବିତ ତଥା ଜିଶି କଲେଜ୍ ର ପ୍ରାକ୍ତନ ଅଧକ୍ଷ ଙ୍କ ପରଲୋକ

mahabharatanews

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଆଜି ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯିବ

mahabharatanews