ଭୁବନେଶ୍ୱର: ଭିଜିଲାନ୍ସ ହାତରେ ଢେଙ୍କାନାଲସ୍ଥିତ ହିନ୍ଦୋଳ ଏନଏସିର କନିଷ୍ଠ ଯନ୍ତ୍ରୀ । କନିଷ୍ଠ ଯନ୍ତ୍ରୀ ରଶ୍ମୀରଞ୍ଜନ ବେହେରାଙ୍କୁ କାବୁ କରିଛି ଭିଜିଲାନ୍ସ । ପିଏମଏୱାଇ ଗୃହ ପାଇଁ ଦେଢ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରି ନେଇଛି । ଅଭିଯୋଗକାରୀଙ୍କ ମା’ଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଶେଷ କିସ୍ତି ସଂଗ୍ରହ ପାଇଁ କନିଷ୍ଠ ଯନ୍ତ୍ରୀ ଏହି ଲାଞ୍ଚ ମାଗିଥିଲେ ।
ଅଭିଯୋଗକାରୀ ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଏହାକୁ ନେଇ ଭିଜିଲାନ୍ସ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଥିଲା ଓ ଯୋଜନା ମୁତାବକ ଅଭିଯୋଗକାରୀ ଜେଇଙ୍କୁ ଦେଢ ହଜାର ଟଙ୍କା ଦେଇଥିଲେ । କନିଷ୍ଠ ଯନ୍ତ୍ରୀ ଟଙ୍କା ଗ୍ରହଣ କରୁଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ଭିଜିଲାନ୍ସ ତାଙ୍କଠାରୁ ରଙ୍ଗବୋଳା ଟଙ୍କା ଉଦ୍ଧାର କରିଛି । ଏହା ପରେ ବେହେରାଙ୍କ ଢେଙ୍କାନାଳ ବଜୁରିଆ ବସ ଭବନ ସହ ଅଫିସରେ ଚଢାଉ କରି ତାଙ୍କୁ କୋର୍ଟ ଫୱାର୍ଡ କରିଛି ।
ଏଠ।।ରେ ଉଲ୍ଲେଖ ଯୋଗ୍ୟ, ୨୦୧୮ ମସିହାରେ ବେହେରାଙ୍କୁ କୋରାପୁଟ ଭିଜିଲାନ୍ସ ୫୦ ହଜାରଟଙ୍କା ଲାଞ୍ଚ ନେବା ମାମଲାରେ ଗିରଫ କରିଥିଲା ।
previous post
next post
