ମନୋରଞ୍ଜନ

ବିବାହ ବାର୍ଷିକୀରେ ଏମିତି କିଛି ପୋଷ୍ଟ କଲେ ସନ୍ନି ଲିଓନି

(ମୁମ୍ବାଇ) : ନିଜର ୧୩ ତମ ବିବାହ ବାର୍ଷିକୀରେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି। ଏହି ଫଟୋ ସନ୍ନି ଲିଓନ ଏବଂ ଡାନିଏଲ ୱେବରଙ୍କ ବିବାହ ସମାରୋହର। ଡାନିଏଲ୍ ଏହି ପୋଷ୍ଟର କ୍ୟାପସନ୍ ଦେଇଛନ୍ତି, “ଶୁଭ ବାର୍ଷିକୀ ବେବି ସନ୍ନି ଲିଓନି। ତୁମକୁ ବହୁତ ଭଲପାଏ। ବାର୍ଷିକୀ ଶୁଭେଚ୍ଛା! ଏହା କେବଳ ଆରମ୍ଭ।”

ସୂଚନାନୁଯାୟୀ , ସନ୍ନି ଲିଓନି ଫଟୋ ସହିତ କ୍ୟାପସନ୍ ଲେଖିଛନ୍ତି, “ଆମେ ଭଗବାନଙ୍କ ସାମ୍ନାରେ ଏକ ପ୍ରତିଜ୍ଞା କରିଥିଲୁ ଯେ କେବଳ ଭଲ ସମୟରେ ନୁହେଁ ବରଂ  ଖରାପ ସମୟରେ ମଧ୍ୟ ଏକାଠି ରହିବାକୁ ପ୍ରତିଜ୍ଞା କରିଥିଲୁ। ଭଗବାନ ଆମକୁ ଏବଂ ଆମ ପରିବାରକୁ ଅନେକ ଭଲପାଇବା ଓ ରେ ଆଶୀର୍ବାଦ ଦେଇଛନ୍ତି। ମୁଁ ଆଶା କରୁଛି ଆମେ ଏହି ପଥକୁ ଚିରଦିନ ପାଇଁ ଜାରି ରଖିବୁ। ଡାନିଏଲ୍ ୱେବର, ଶୁଭ ବାର୍ଷିକୀ। ”

Related posts

 ରଣବୀରଙ୍କ ଜିମ୍ ଟ୍ରେନର ସେୟାର କଲେ ଏଭଳି ଭିଡିଓ 

mahabharatanews

OTTରେ ରିଲିଜ ହେଲା ଫିଲ୍ମ ‘ଜୱାନ’ 

mahabharatanews

ପରଲୋକରେ ଲୋକପ୍ରିୟ ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲ

mahabharatanews