ମନୋରଞ୍ଜନ

ପରଲୋକରେ ଲୋକପ୍ରିୟ ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲ

(ମୁମ୍ବାଇ) : ପରଲୋକରେ ସଲମାନ ଖାନଙ୍କ ଫିଲ୍ମ ‘ବଡିଗାର୍ଡ’ର ନିର୍ଦ୍ଦେଶନା  ଦେଇଥିବା ମାଲାୟାଲମ ଚଳଚ୍ଚିତ୍ରର ଜଣାଶୁଣା ଲୋକପ୍ରିୟ ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲ। ଗତକାଲି ମାତ୍ର ୬୩ ବର୍ଷ ବୟସରେ ହୃତଘାତର ଶିକାର ହୋଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମାଲାୟାଲମ ଜଗତର ଜଣାଶୁଣା ନିର୍ଦ୍ଦେଶକଙ୍କ ପରିବାରଲୋକ ସୂଚନା ଦେଇ କହିଛନ୍ତିଯେ , ‘ସିଦ୍ଦିକ ଇସମାଇଲ ‌ଗତ କିଛି ଦିନ ହେବ ନିମୋନିଆ ଏବଂ ଯକୃତ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କର ଚିକିତ୍ସା ବି ଚାଲିଥିଲା ତେବେ ହଠାତ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଲାଗିବାରୁ ଚିକିତ୍ସା ପାଇଁ ସିଦ୍ଦିକଙ୍କୁ କୋଚିର ଅମୃତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କୁ ଏକ୍ସଟ୍ରାକୋରପୋରାଲ ମେମ୍ବ୍ରେନ ସପୋର୍ଟରେ ରଖାଯାଇଥିଲା। ସିଦ୍ଦିକଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରାଯାଇଥିଲେ କିନ୍ତୁ ତାହା ବିଫଳ ହୋଇଥିଲା ।

Related posts

ଭୋଟ ଦେଲେ ବଲିଉଡ ତାରକା

mahabharatanews

ସରିଲା ନିର୍ବନ୍ଧ

mahabharatanews

‘ପୁଷ୍ପା-୨’ ସୁଟିଂ ସେଟରେ ପହଞ୍ଚିଲେ ୨ ପ୍ଲାଟୁନ୍‌ ପୋଲିସ ଫୋର୍ସ

mahabharatanews