ଭୁବନେଶ୍ୱର/ସରୋଜ ରାଉତ: ବଦଳିଲେ ଝରପଡା ଜେଲ ସୁପରିଟେଣ୍ଡ ଧୀରେନ୍ଦ୍ର ନାଥ ବାରିକ । ଶ୍ରୀ ସରୋଜ କୁମାର ବିଶ୍ବାଳ ହେଲେ ବର୍ତ୍ତମାନର ଝରପଡା ଜେଲ ସୁପରିଟେଣ୍ଡ । ବାରିକ ଝରପଡା ଜେଲ ସୁପରିଟେଣ୍ଡ ଭାବେ କାର୍ୟ୍ୟ କରୁଥିଲେ । ନିକଟରେ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଏକ ଭିଡିଓ ପାଇଁ ତାଙ୍କୁ ବଦଳି କରାଯାଇଥିବା ଚର୍ଚ୍ଚ ହେଉଥିବା ବେଳେ ଉକ୍ତ ଭିଡିଓ କୋଭିଡ ପୂର୍ବର । ଭିଡିଓ ଆମର ହସ୍ତଗତ ହୋଇଛି । ତଦନ୍ତ ଚାଲିଛି।
ବିଭାଗୀୟ ନିଷ୍ପତ୍ତି ଆଧାରରେ ଆଜି ସୁପରିଟେଣ୍ଡ ମାନଙ୍କୁ ବଦଳି କରାଯାଇଛି । ଏହା ସହ ଜେଲରେ ରେଡ଼ ପ୍ରକ୍ରିୟା ଜାରି ରହିଛି । କିଛି ଦିନ ତଳେ ଝରପଡା ଜେଲରୁ ଆମ ଟିମ ୧୩ ଟି ମୋବାଇଲ ଜବତ କରିଥିଲା । ଏହା ସହ ବହୁ ଜିନିଷ ମାଟି ତଳେ ପୋତା ହୋଇଥିବା ଜବତ ମଧ୍ୟ ହୋଇଥିଲା । ଏହା ସହ ଡିଜିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ହୋଇଛି । କେବଳ ଝରପଡା ଜେଲ ନୁହଁ ରାଜ୍ୟର ବିଭିନ୍ନ ଜେଲରେ ଅନବରତ ଚଢ଼ାଉ ଜାରି ରହିଛି ବୋଲି ବର୍ତ୍ତମାନର ସୁପରିଟେଣ୍ଡେଣ୍ଟ ସରୋଜ ବିଶ୍ୱାଳ କହିଛନ୍ତି ।