ଓଡିଶା

ବାରବାଟୀ ଷ୍ଟାଡିୟମରେ ଭି.କେ ପାଣ୍ଡିଆନ

(କଟକ) : ବାରବାଟୀ ଷ୍ଟାଡିୟମର ସ୍ଥିତି ପରଖିଲେ ୫ ଟି ଅଧକ୍ଷ ଭି.କେ ପାଣ୍ଡିଆନ । ୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ବାରବାଟୀ ଷ୍ଟାଡିୟମ ବୁଲି ନୂଆ ପ୍ରକଳ୍ପର ବ୍ଲୁପ୍ରିଣ୍ଟ ଦେଖିଥିଲେ ଏଥି ସହିତ ପିଚ, ଗ୍ରାଉଣ୍ଡ, ଗ୍ୟାଲେରୀର ସ୍ଥିତି ଅନୁଧ୍ୟାନ କରିଥିଲେ ।

ସୂଚନାନୁଯାୟୀ , ଏଥିସହିତ ସେ ରଣଜୀ ଖେଳାଳି ଓ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ କରିବେ । ପରେ ତିନି ବର୍ଷ ମଧ୍ୟରେ ଷ୍ଟାଡିୟମ କାମ ଶେଷ ହେବ । ନବୀକରଣ ପ୍ରକଳ୍ପ ଅଧିନରେ ବାରବାଟୀର ପୁରୁଣା ଗ୍ୟାଲେରୀ ସବୁ ଭଙ୍ଗା ହୋଇ ନୂଆ ହେବ। ପରେ ପୁରା ଷ୍ଟାଡିୟମରେ ଦର୍ଶକ ପାଇଁ ୬୦ ହଜାର ନୂଆ ଚେୟାର ଲାଗିବ। ମୁଖ୍ୟମନ୍ତ୍ରୀ ବାରବାଟୀ ନୂଆ ଲୁକ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ବିସିସିଆଇ, ରାଜ୍ୟ ସରକାର ଓସିଏର ମିଳିତ ଉଦ୍ୟମରେ ଏହି ବଡ଼ ପ୍ରୋଜେକ୍ଟର ଶୁଭାରମ୍ଭ କରାଯିବ । ମୋଟ ୬୦୦ କୋଟି ଟଙ୍କାର ଅଟକଳ ରେ ହେବ ପୁନଃ ନିର୍ମାଣ କାର୍ଯ୍ୟ ।

Related posts

 ତାରକସି କାମକୁ ଜିଆଇ ମାନ୍ୟତା

mahabharatanews

ନବୀନ ନିବାସରେ ସିନେ ଅଭିନେତା

mahabharatanews

ଋଣ ଶୁଝି ନପାରି ମହିଳାଙ୍କ ଆତ୍ମହତ୍ୟା

mahabharatanews