ଅପରାଧଓଡିଶା

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା : ଅର୍ଚ୍ଚନାଙ୍କ ଉପରେ ୧୬ଟି ସଙ୍ଗୀନ ଦଫା ଲଗାଇଛି ପୋଲିସ

ଭୁବନେଶ୍ୱର : ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା । ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଗୁମର । ଅର୍ଚ୍ଚନାଙ୍କ ପାଇଁ ଅଡୁଆ ସୃଷ୍ଟି କରିବ ଷୋହଳ ଦଫା । କାରଣ ଖଣ୍ଡଗିରି ଥାନାରେ ଯୁବତୀ କରିଥିବା ଏତଲାରୁ ସାଂଘାତିକ ତଥ୍ୟ ମିଳିଛି । ଯାହାପରେ ସବୁକୁ ମିଶାଇ ଅର୍ଚ୍ଚନାଙ୍କ ଉପରେ ୧୬ଟି ସଙ୍ଗୀନ ଦଫା ଲଗାଇଛି ପୋଲିସ ।
ଡରାଇ ଧମକାଇ ଟଙ୍କା ଆଦାୟ କରୁଥିବା ଘଟଣା ସହ ଅପରାଧ ଘଟାଇବା ଉଦ୍ଦେଶ୍ୟରେ ନିଶା କିମ୍ବା ବିଷ ଦେବା ପରି ଦଫା ଲଗାଇଛି ପୋଲିସ । ଏଥି ସହ ଅନ୍ତରଙ୍ଗ ମୁର୍ହୂତର ଫଟୋ ଓ ଭିଡିଓ କରିଥିବାରୁ ଲାଗିଛି ଦଫା । ନିମ୍ନରେ ନଜର ପକାନ୍ତୁ ଲେଡି ବ୍ଲାକ ବ୍ଲାକମେଲର ଅର୍ଚ୍ଚନାଙ୍କ ବିରୋଧରେ ଲାଗିଥିବା ୧୬ଟି ଦଫା ଉପରେ ।

ଆଇପିସି- ୩୨୪
ମାରଣାସ୍ତ୍ରରେ କ୍ଷତାକ୍ତ କରିବା
ତିନି ବର୍ଷ ଜେଲ ଦଣ୍ଡ ସହ ଜରିମାନା

ଆଇପିସି- ୩୫୪(ସି)
ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ କରିବା
୧ ବର୍ଷରୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ
ଦ୍ୱିତୀୟ ଥର କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ ସହ ଜରିମାନା

ଆଇପିସି- ୩୪୧
ବେଆଇନ ଭାବେ ଅଟକ ରଖିବା
୧ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ୫ ଶହ ଟଙ୍କା ଜରିମାନା

ଆଇପିସି- ୩୨୮
ଅପରାଧ ଘଟାଇବା ଉଦ୍ଦେଶ୍ୟରେ ନିଶା କିମ୍ବା ବିଷ ଦେବା
୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ଜରିମାନା

ଆଇପିସି-୧୨୦(ବି)
ଅପରାଧୀଙ୍କୁ ସହଯୋଗ କରିବା
୬ ମାସ ଜେଲ ଦଣ୍ଡ ସହ ଜରିମାନା

ଆଇଟି ଆକ୍ଟ- ୬୬(ଇ), ୭୭
ଅଶ୍ଳୀଳ ଫଟୋ ଭାଇରାଲ କରିବା
୩ ବର୍ଷ ଜେଲ ୨ ଲକ୍ଷ ପର୍ଯ୍ୟନ୍ତ ଜରିମାନା

ଆଇପିସି- ୩୭୦
ମାନବ ଚାଲାଣ କରିବା
୭ ବର୍ଷ ପର୍ଯ୍ୟନ୍ତ ଜେଲ ସହ ଜରିମାନା

ଆଇପିସି- ୩୮୬, ୩୮୭, ୩୮୮, ୩୮୯
ଡରେଇ ଧମକାଇ ଟଙ୍କା ଆଦାୟ କରିବା
ଆଜୀବନ କାରାଦଣ୍ଡ ସହ ଜରିମାନା

ଆଇପିସି-୪୧୯, ୪୨୦
ଠକେଇ କରିବା, ସମ୍ପତି ହଡପ କରିବା
୭ ବର୍ଷ ପର୍ଯ୍ୟନ୍ତ ଜେଲ ସହ ଜରିମାନା

ଆଇପିସି- ୪୬୫
ଜାଲିଆତି କରିବା
୨ ବର୍ଷ ଜେଲ ଦଣ୍ଡ ସହ ଜରିମାନା

ଆଇପିସି-୫୦୬
ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ
୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ

Related posts

ମାଟ୍ରିକ୍ ପରୀକ୍ଷାରେ ଏମଭି–୭୯ର ଛାତ୍ରୀ ଆଖି ମଣ୍ଡଳଙ୍କ ସଫଳତା

mahabharatanews

ଆସନ୍ତା ୧୫ ତାରିଖ ଯାଏଁ ଝଡ଼ବର୍ଷା

mahabharatanews

ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ବିଭାଗ ରେଞ୍ଜର ଅଧିକାରୀ ସୁକୁମାର ଦୁଖୁ

mahabharatanews